ମେଧାବୃତ୍ତି ପାଇଲେ କୃତୀ ଛାତ୍ରୀ ଋତୁପର୍ଣ୍ଣା 

ମାହାଙ୍ଗା,୨୯/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-କାହାର ପରିଶ୍ରଣ ଏବଂ ଏକାଗ୍ରତା କେବେବି ବ୍ୟର୍ଥ ଯାଏନି । ଏହାକୁ ପ୍ରମାଣିତ କରିଛନ୍ତି ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗାଁ’ର ମେଧାବୀ ଛାତ୍ରୀ ଋତୁପର୍ଣ୍ଣା ସାହୁ । ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଋତୁପର୍ଣ୍ଣା ରଘୁନାଥ ନୋଡାଲ ସରକାରୀ ବିଦ୍ୟାପୀଠ କୋଠପଦାର ଛାତ୍ରୀ ଅଟନ୍ତି ।

ତା’ଙ୍କ ବାପା ଗାଁ’ ଛକରେ ଏକ ଛୋଟିଆ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ, ଝିଅର ସଫଳତାରେ ସେ ବେଶ ଆନନ୍ଦିତ । ଋତୁପର୍ଣ୍ଣାଙ୍କ ଏହି ସଫଳତାରେ କଲ୍ୟାଣପୁର ଗାଁ’ରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ସମାଜସେବୀ ରବୀନ୍ଦ୍ର ନାଥ ଦାସ, ସ୍ଥାନୀୟ ସମିତିସଭ୍ୟା ସୁପ୍ରଭା ସାମଲ, ସରପଞ୍ଚ ନଳିନୀପ୍ରଭା ପ୍ରଧାନ, ବରିଷ୍ଠ ନାଗରିକ ଚନ୍ଦ୍ରମଣି ଦାଶ, ଚନ୍ଦ୍ରଶେଖର ସାହୁ, ତ୍ରିଲୋଚନ ସାହୁ, କାର୍ତ୍ତିକ ଚନ୍ଦ୍ର ସାହୁ, ବିଜୟ କୁମାର ଦାଶ, ଭାରତ ଭୂଷଣ ଦାସ, ସାମାଜିକକର୍ମୀ ଅଖିଳେଶ ମହାନ୍ତି, ହେମନ୍ତ ପ୍ରଧାନ, ଭାଗ୍ୟଧର ସାହୁ, ସୁଶାନ୍ତ ଦାସ, ପ୍ରକାଶ ବେହେରା,ବିଭୁତି ଭୂଷଣ ଦାସ, ନାରାୟଣ ଦାଶ, ଶିବ ପ୍ରସାଦ ବେହେରା, ଅଫସର ତୁଲ୍ଲା, ମୋହିଉଦ୍ଦିନ ଖାନ, ଅପର୍ତ୍ତୀ ବେହେରା, ହେମନ୍ତ ବେହେରା, ମୂଷିବର ପଲେଇ,ରବୀନ୍ଦ୍ର ପୃଷ୍ଟି, ସୁଦାମ ପଲେଇ, ବ୍ରଜବନ୍ଧୁ ପଲେଇ,ନଗେନ୍ଦ୍ର ବେହୁରା,ସୁମନ୍ତ ପଲେଇ, ମନୋଜ ଦାସ, ରାକେଶ ବେହେରା,ଲକ୍ଷ୍ମୀଧର ପଣ୍ଡା, ନବକିଶୋର ବେହେରା, ବ୍ରଜବନ୍ଧୁ ବେହେରା, ପ୍ରସନ ପରିଡା ପ୍ରମୁଖ ଋତୁପର୍ଣ୍ଣାଙ୍କ ସଫଳତା ପାଇଁ ତାଙ୍କ ପିତା-ମାତା ଏବଂ ଶିକ୍ଷକ- ଶିକ୍ଷୟିତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *