କେନ୍ଦ୍ରାପଡ଼ା, ୦୫/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ଗ୍ରାମପଂଚାୟତର ଫୋରଡ ଗ୍ରାମର କୈଳାସ ଚନ୍ଦ୍ର ଜେନା ଆଜି ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଗୋବରୀ ନଦୀର କୂଳ ଖାଉଥିବା ଯୋଗୁଁ ତାଙ୍କ ବାସଗୃହଟି ନଦୀରେ ଭୁସୁଡି ପଡିବାକୁ ଯାଉଛି । ପୂର୍ବରୁ ପ୍ରାୟ ୧ଶହ ମିଟର ଦୂରରେ ଥିବା ତାଙ୍କ ବାସଗୃହ ଏବେ ମାତ୍ର ୧୦ମିଟର ଦୂରରେ ରହିଛି । ନଦୀରୁ ମାତ୍ର ୧୦ମିଟର ଦୂରରେ ଥିବା କୈଳାସଙ୍କ ବାସଗୃହଟି ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କୈଳାସ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ନଦୀର ପୂର୍ବ ପଟରେ ଥିବା କଳାମାଟିଆ ଗ୍ରାମ ନିକଟରେ ପଥର ପ୍ୟାକିଂ କରାଯାଇଥିବାରୁ ପାଣି ଜମାଟ ବାନ୍ଧି କୈଳାସଙ୍କ ଗୃହ ନିକଟ ନଦୀ କୂଳରେ ପାଣି ଜମାହୋଇ କୂଳଖାଇ ଅତଡା ଖସୁଛି । ଫଳରେ କୈଳାସଙ୍କ ବାସଗୃହଟି ଗୋବରୀ ନଦୀରେ ଲୀନ ହୋଇଯିବା ସହ ସେ ବାସହୀନ ହୋଇପଡିବେ ତେଣୁ ତୁରନ୍ତ ସେଠାରେ ପଥର ପ୍ୟାକିଂ କରାଯାଉ ବୋଲି ଅତ୍ୟନ୍ତ ଦୁଃଖର ସହ କୈଳାସ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।
Related Posts
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ- କୃଷକ ଚେତାବନୀ ସମାବେଶ
କେନ୍ଦ୍ରାପଡ଼ା, ୨୭/୧୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସମୂହ ଏବଂ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ସ୍ୱାଧୀନ ଫେଡେରେସନ ସମୂହର ମିଳିତ ମଂଚ କେନ୍ଦ୍ରାପଡା ଜିଲା…
ସର୍ବବୃହତ ହିନ୍ଦୋଳ ସାମ୍ବାଦିକ ସଂଘ ର ୨୯ତମ ବାର୍ଷିକ ଉତ୍ସବ
ଖଜୁରିଆକଟା, ୨୫/୦୧/୨୦୨୬(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ଅନ୍ତର୍ଗତ ସର୍ବପୁରାତନ ପଞ୍ଜିକୃତ ହିନ୍ଦୋଳ ସାମ୍ବାଦିକ ସଂଘର ୨୯ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ସାମ୍ବାଦିକ ସଂଘ…
ଜଗତସିଂହପୁର ଜିଲ୍ଲା ପୋଲିସ ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର
ଜଗତସିଂହପୁର ,୧୬/୦୮/୨୦୨୫ (ଓଡ଼ିଶା ସମାଚାର)-ଆସନ୍ତାକାଲି, ଅର୍ଥାତ୍ ୧୭.୦୮.୨୫ ତାରିଖ ରବିବାର ସକାଳ ୯ଟାରେ ପୁନଙ୍ଗ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଜିଲ୍ଲା ପୋଲିସ, ଜଗତସିଂହପୁର ଦ୍ୱାରା ଏକ…
