କେନ୍ଦ୍ରାପଡ଼ା, ୦୫/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ଗ୍ରାମପଂଚାୟତର ଫୋରଡ ଗ୍ରାମର କୈଳାସ ଚନ୍ଦ୍ର ଜେନା ଆଜି ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଗୋବରୀ ନଦୀର କୂଳ ଖାଉଥିବା ଯୋଗୁଁ ତାଙ୍କ ବାସଗୃହଟି ନଦୀରେ ଭୁସୁଡି ପଡିବାକୁ ଯାଉଛି । ପୂର୍ବରୁ ପ୍ରାୟ ୧ଶହ ମିଟର ଦୂରରେ ଥିବା ତାଙ୍କ ବାସଗୃହ ଏବେ ମାତ୍ର ୧୦ମିଟର ଦୂରରେ ରହିଛି । ନଦୀରୁ ମାତ୍ର ୧୦ମିଟର ଦୂରରେ ଥିବା କୈଳାସଙ୍କ ବାସଗୃହଟି ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କୈଳାସ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ନଦୀର ପୂର୍ବ ପଟରେ ଥିବା କଳାମାଟିଆ ଗ୍ରାମ ନିକଟରେ ପଥର ପ୍ୟାକିଂ କରାଯାଇଥିବାରୁ ପାଣି ଜମାଟ ବାନ୍ଧି କୈଳାସଙ୍କ ଗୃହ ନିକଟ ନଦୀ କୂଳରେ ପାଣି ଜମାହୋଇ କୂଳଖାଇ ଅତଡା ଖସୁଛି । ଫଳରେ କୈଳାସଙ୍କ ବାସଗୃହଟି ଗୋବରୀ ନଦୀରେ ଲୀନ ହୋଇଯିବା ସହ ସେ ବାସହୀନ ହୋଇପଡିବେ ତେଣୁ ତୁରନ୍ତ ସେଠାରେ ପଥର ପ୍ୟାକିଂ କରାଯାଉ ବୋଲି ଅତ୍ୟନ୍ତ ଦୁଃଖର ସହ କୈଳାସ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।
Related Posts
ରୁକୁଣା ରଥଯାତ୍ରା ଅବସରରେ ମତଦାନ ଅଧିକାର ସଚେତନତା ନେଇ ପଥପ୍ରାନ୍ତ ନାଟକ
ଭୁବନେଶ୍ୱର,୧୬/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଖୋରଧା ଜିଲ୍ଲାରେ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଓ ଅବାଧ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି…
ରାଜ୍ୟର ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ସରକାରଙ୍କ ପ୍ରାଥମିକତା: ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ
ଭୁବନେଶ୍ୱର,୧୦/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜନ ସାଧରଣଙ୍କ ହିତକୁ କେନ୍ଦ୍ରରେ ରଖି ଗ୍ରୀଷ୍ମପ୍ରବାହ ପୂର୍ବରୁ ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗଣକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ…
ନୂଆଦିଲ୍ଲୀ ହଜଖାସ୍ ଶ୍ରୀଜଗନ୍ନାଥ ମନ୍ଦିରରେ ‘ବାହୁଡ଼ା ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ବାହୁଡ଼ା ଯାତ୍ରାରେ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ସେବା କରିବା ମୋର ସୌଭାଗ୍ୟ – ଧର୍ମେନ୍ଦ୍ର ପ୍ରଧାନ • ଶ୍ରୀମନ୍ଦିରର ଚାରି ଦ୍ୱାର ସହ ରତ୍ନଭଣ୍ଡାର ଖୋଲାଯିବା ଚଳିତବର୍ଷର…
