ଖୋର୍ଦ୍ଧା ଦେଉଳଟାଙ୍ଗି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ମ୍ୟାଚ : ସୁଆଙ୍ଗ ବିଜୟୀ

ଖୋର୍ଦ୍ଧା, ୦୫/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ କାଇପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଉଳଟାଙ୍ଗି ମା’ ବଘେଇ କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଥିଲା ଉଦଘାଟନୀ ମ୍ୟାଚ ।ଆଜି ସତ୍ୟପୀର ସ୍ପୋର୍ଟିଙ୍ଗ୍ କାଇପଦର ଓ ସୁଆଙ୍ଗ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ସୁଆଙ୍ଗ ଦଳ ବ୍ୟାଟିଂ କରି ୧୦ ଓଭର ଖେଳି ୮ ୱିକେଟ୍ ବିନିମୟରେ ୧୩୯ ରନ୍ କରିଥିଲା।ସୁଆଙ୍ଗ ଦଳ ତରଫରୁ ସମୀର ରାଉତରାୟ ୧୮ ବଲରେ ୫୯ ରନ୍ କରିଥିଲେ ।କାଇପଦର ଦଳର ପ୍ରକାଶ ସିଂ ୨ ଓଭର ବୋଲିଂ କରି ୩ ୱ୍ବିକେଟ ନେଇଥିଲେ। ଜବାବରେ କାଇପଦର ଦଳ ୧୦ ଓଭର ଖେଳି ୫ ୱ୍ବିକେଟ ହରାଇ ୭୩ ରନ୍ କରିଥିଲା।ଫଳରେ ସୁଆଙ୍ଗ ଦଳ ୬୭ ରନ୍ ରେ ବିଜୟୀ ହେଇଥିଲା। ଫଳରେ ସୁଆଙ୍ଗ ଦଳର ସୂର୍ଯ୍ୟକାନ୍ତ ବଡ଼ଜେନା ୧୩ ବଲରୁ ୪୫ ରନ ଓ ୨ ଓଭର ବୋଲିଂ କରି ୩ ୱ୍ବିକେଟ ନେଇ ଆଜିର ଖେଳର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।ଆଜି ଖେଳ ପରିଚାଳନା ଦାୟିତ୍ବରେ ଥିଲେ ମଦନମୋହନ ସ୍ବାଇଁ ଓ ଗୋପିନାଥ ମାଝି ।ସ୍କୋରର ଶ୍ରଦ୍ଧାନନ୍ଦ ପ୍ରଧାନ । ପିଲାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବ୍ଲକ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ ଓ ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ପାତ୍ର,କାଇପଦର ସେବା ସମବାୟ ସମିତିର ସମ୍ପାଦକ ଶ୍ରୀଯୁକ୍ତ ଝଜକିଶୋର ସାମନ୍ତରାୟ, ନାଏବ ସରପଞ୍ଚ ସମ୍ୟରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ମ୍ୟାନ ଅଫ ଦି ଟ୍ରଫି ପ୍ରଦାନ ସହିତ କ୍ରୀଡା ଦ୍ୱାରା ଏକତାର ମନୋଭାବ ସୃଷ୍ଟି ହେବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *