କଟକ ସଦର, ୨୦/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନାରେ ତୃତୀୟ ମହିଳା ଅଧିକାରିଣୀ ଭାବେ ଦୂର୍ଗେଶ ନନ୍ଦିନୀ ମହାନ୍ତି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ମାତ୍ର ତିନିମାସ ହେଲା ଥିବା ଭାରପ୍ରାପ୍ତ ନିରିକ୍ଷକ ସୁମନ୍ତ କିସାନ ଙ୍କ ଝାରସୁଗୁଡା ଜିଲ୍ଲା କୁ ଵଦଳି ହେବା ପରେ ଦୂର୍ଗେଶ ନନ୍ଦିନୀ ତାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ପ୍ରଥମେ ମହିଳା ଥାନାଧିକାରିଣୀ ଭାବେ ପ୍ରଣେତା ପଟ୍ଟନାୟକ ଓ ପରେ ସସ୍ମିତା ରଣା କାର୍ଯ୍ୟ କରି ଯାଇଛନ୍ତି। ଥାନା ଅଞ୍ଚଳରେ ଆଇନ ଶୃଂଖଳା ପରିସ୍ଥିତି ସହ ଚୋରା ମଦ କାରବାର ରୋକିବାକୁ ପ୍ରାଥମିକତା ଦିଆଯିବ ବୋଲି ନୂଆ ଆଇଆଇସି ଦୂର୍ଗେଶ ନନ୍ଦିନୀ ମହାନ୍ତି କହିଛନ୍ତି।