କେନ୍ଦ୍ରାପଡ଼ା, ୨୮/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ପିତା ପର୍ଶୁରାମ ପାତ୍ରଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡ଼ା ଜିଲାର ବହୁ ବିଜେପି ନେତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ ।
ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ । ଶେଷଶଯ୍ୟା ନିକଟରେ ଝିଅ ବିଜେପି ନେତ୍ରୀ ଡ. ଜ୍ୟୋତ୍ସ୍ନାରାଣୀ ଜେନା, ଜ୍ୱାଇଁ ସମାଜସେବୀ ଅମୀୟ କୁମାର ଜେନା, ଝିଅ, ଜ୍ୱାଇଁ, ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ସ୍ୱର୍ଗତ ପାତ୍ର ଗ୍ରୀଡକୋରେ ଚାକିରୀ କରି ଅବସର ନେଇଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏକମାତ୍ର ପୁତ୍ର ସନ୍ତୋଷ ପାତ୍ର ବିଦେଶରେ ରହୁଥିବାରୁ ୫ ଝିଅ ସାମୁହିକ ଭାବେ ମୁଖାଗ୍ନି ଦେଇଥିଲେ ।
ବିଜେପି ନେତ୍ରୀଙ୍କ ପିତୃ ବିୟୋଗ
