ସରକାରୀ ପକ୍କା ଘର ପିସି ପାଇଁ ଦିଵ୍ୟାଙ୍ଗକୁ ଛାଡ଼ୁ ନାହାନ୍ତି ଦଲାଲ !

କଟକ ସଦର,୨୭/୦୫/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ସରକାରୀ ପକ୍କା ଘର ପାଇଁ କାହାରିକୁ ଗୋଟିଏ ଟଙ୍କା ପିସି ଦେବାକୁ ପଡିବ ନାହିଁ ବୋଲି ଡବଲ ଇଂଜିନ୍ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁ ଥିବା ବେଳେ ଦୀପ ତଳ ଅନ୍ଧାର ଭଳି କଟକ ଜିଲ୍ଲାରେ ତାହା ଧର୍ମକୁ ଆଖି ଠାର ସଦୃଶ ହୋଇଥିବା ଅଭିଯୋଗ ହେଉଛି। ଏଥିରେ ଜଣେ ଦିଵ୍ୟାଙ୍ଗକୁ ମଧ୍ୟ ଛାଡି ନାହାଁନ୍ତି ତଥାକଥିତ ଦଲାଲ୍ ମାନେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିଛି।

ପ୍ରକାଶ ଯେ କଟକ ସଦର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଞ୍ଚାୟତ ମାଳିଗାଁ ୧୧ ନମ୍ବର ୱ।ର୍ଡର ଜନୈକା ଦିଵ୍ୟାଙ୍ଗ ଯୁବତୀ ବବିତା ପୃଷ୍ଟି ଙ୍କୁ ଆବଶ୍ୟକତା ଦୃଷ୍ଟିରୁ ଏକ ସରକାରୀ ପକ୍କା ଘର ଯୋଗାଇ ଦିଆ ଯାଇଥିଲା। ହେଲେ ଯୁବତୀ ଜଣକ ଘର ତିଆରି ପାଇଁ ସରଞ୍ଜାମ ଯୋଗାଡ଼ କରି କାମ ଆରମ୍ଭ କରିବାକୁ ଉଦ୍ୟତ ହେଉଥିବା ବେଳେ ଜନୈକ ତଥାକଥିତ ଦଲାଲ୍ ‘ମୁଁ ତୋ ଘର କରାଇ ଦେଇଛି, ମୋତେ ୧୫ ହଜାର ଟଙ୍କା ନଦେଲେ କାମ କରାଇ ଦେଵିନାହିଁ,କି କଲେ ବିଲ୍ କରାଇ ଦେଵିନାହିଁ’ ବୋଲି ଦିଵ୍ୟାଙ୍ଗ ହିତାଧିକାରୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି। ଉକ୍ତ ଘଟଣାରେ ନାଁ ପ୍ରଶାସନ ନାଁ ରାଜନେତା କେହି ମୁହଁ ନ ଖୋଲିବା  ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

Leave a Reply

Your email address will not be published. Required fields are marked *