ଭୁବନେଶ୍ୱର,୨୬/୦୫/୨୦୨୫ (ଓଡ଼ିଶା ସମାଚାର)- ସାମ୍ବାଦିକଟିଏ ବହୁ କଷ୍ଟକରି ଖବର ସଂଗ୍ରହ କରିବା ସହିତ ସାଧାରଣଜନତାଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇ ଥାଏ । ମାତ୍ର ବହୁ ସମୟରେ ବହୁବାଧା ବିଘ୍ନ, ଆକ୍ରମଣ, ସମସ୍ୟା, ଅପମାନ ସହିଥାଏ । ବଡ଼ଖବର ସାମ୍ବାଦିକ ବିଜୟ ପ୍ରଧାନ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ କୁଲଥୀପାଲି ଅଂଚଳର ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ଦୁର୍ନୀତିର ଖବର ପ୍ରସାରଣ କରିଥିଲେ । ଏହା ବିରୁଦ୍ଧରେ ତାଙ୍କୁ ଆକ୍ରମଣ କରିବା, ମୁହଁକୁ ଗୋଇଠା ମାରିବା ସହିତ, ଆଶ୍ରାବ୍ୟ ଭାଷାରେ ଗାଳିଦେବା, ହାତବାନ୍ଧି ପକାଇବା ପ୍ରମୁଖ ବର୍ବରତା ଉକ୍ତ ଠିକାଦାରଙ୍କ ଲୋକମାନେ ପ୍ରଦର୍ଶନ କରିଥିଲେ ।
ଏହାର ପ୍ରତିବାଦ ସହିତ ଘଟଣା କୁ ଘୋର ନିନ୍ଦା କରି ଭୁବନେଶ୍ୱର ଲୋୟର ପିଏମଜି ଛକ ଠାରେ ବରିଷ୍ଠ ସାମ୍ବାଦିକ ବରଦା ପ୍ରସନ ଶତପଥି ଙ୍କ
ସଂଯୋଜନା ରେ ସାମ୍ବାଦିକ, ସାମାଜିକ ସଂଗଠନ ମାନ ଏକାଠି ହୋଇ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ସାମ୍ବାଦିକ ସୁରକ୍ଷା ବିଧେୟକ ଆଣିବାକୁ ଦାବି କରିଥିଲେ ।
ଏପ୍ରକାର ଅମାନବୀୟ ଆଚରଣ ବ୍ୟକ୍ତି କୁ ନୁହେଁ ସାମ୍ବାଦିକତାକୁ ମରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ମିଳିତ ସାମ୍ବାଦିକ ପକ୍ଷରୁ କୁହା ଯାଇଥିଲା ।
ସରକାର, ମାନ୍ୟବର ଆଇନ ମନ୍ତ୍ରୀ ଏ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବା ଦାବି କରିଥିଲେ ।ସାମ୍ବାଦିକ ମାନଙ୍କ ପକ୍ଷରୁ ସ୍ଲୋଗାନ ଦିଆଯାଇ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ମତ ବ୍ୟକ୍ତ କରାଯାଇଥିଲା । ପ୍ରତିବାଦ ସଭା ରେ ସାମ୍ବାଦିକ ମିଲନ ପ୍ରଧାନ, ଅଶୋକ ମହାନ୍ତି, ଅରବିନ୍ଦ ତ୍ରିପାଠୀ,ସ୍ୱାଧୀନ, ପ୍ରମୋଦ ନାୟକ, ଶିବୁ ପଟନାୟକ,ମଦନ ମୋହନ ପାଢ଼ୀ, ନିରଞ୍ଜନ ସାହୁ, ଗିରିଶ ପ୍ରିୟବ୍ରତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
