ନିଶ୍ଚିନ୍ତକୋଇଲି ୦୪/୦୪/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ଓଡ଼ଶା ପ୍ରସିଦ୍ଧ ପବିତ୍ର ରାମନବମୀ ଓ ଦାଣ୍ଡଯାତ୍ରା ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ମଲ୍ଲିପୁର ସ୍ଥିତ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପରିସରରେ ତୃତୀୟ ବାର୍ଷିକ ଶ୍ରୀ ରଘୁନାଥ ପତ୍ରିକା ଲୋକାର୍ପଣ ଓ ଆଧ୍ୟାତ୍ମିକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପତ୍ରିକା ର ସମ୍ପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଙ୍କ ସଂଯୋଜନା କ୍ରମେ ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷାବିତ୍ ବିରୂପାକ୍ଷ ରାୟ ଅଧ୍ୟକ୍ଷତା କରିଥିଲେ।
ଉଦଘାଟକ ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଡ଼ ବୈଷ୍ଣବ ଚରଣ ସାମଲ, ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ବେଦ
ବିଶ୍ୱବିଦ୍ୟାଳୟ ତାମିଲନାଡୁ ର କୁଳପତି ପ୍ରଫେସର ଡ ହରିହର କାନୁନଗୋ, ମୁଖ୍ୟ ବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ପୁର୍ବତନ ସଭାପତି ପ୍ରଫେସର ତରୁଣ କୁମାର ସାହୁ, ବରେଣ୍ୟ ଅତିଥି ଭାବେ ବିଭୂତି ମହାରାଜ, ସାହିତ୍ୟିକା ବିଦ୍ୟୁତଲତା ପ୍ରଧାନ, ଡ ଏକାଦଶୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶ୍ରୀ ରଘୁନାଥ ପତ୍ରିକା ର ଆଧ୍ୟତ୍ମିକ ସରହଦ ବ୍ୟାପକ ବୋଲି ଅବହିତ କରି ରଘୁନାଥ ଙ୍କ ଆଦର୍ଶ ଆଜିର ସମାଜ ପାଇଁ ଏକାନ୍ତ ଅନୁକରଣୀୟ ନିମିତ୍ତ ମତ ରଖିଥିଲେ।
ପତ୍ରିକା ର ମୁଖ୍ୟ ସଂପାଦକ ରଞ୍ଜନ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭ ରେ ରଘୁନାଥ ଙ୍କ ପାଖରେ ପତ୍ରିକା ର ପୁଜନ ପରେ ସଭା ରେ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା। କାଯ୍ୟକ୍ରମ ପରିଚାଳନା ରେ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା,ପ୍ରକୃତି ବନ୍ଧୁ ନିରଞ୍ଜନ ସାହୁ, ସ୍ତମ୍ଭକାର ବିବେକାନନ୍ଦ ଦାସ,ସାହିତ୍ୟିକା ପ୍ରତିଭା ଦାସ, କବି ପ୍ରଫୁଲ୍ଲ ସିଂହ, ସଂଗଠିକା ସବିତା ଶତପଥୀ, ଶିଶୁକବି ପ୍ରଫୁଲ୍ଲ କୁମାର ସାହୁ, ସୁଶାନ୍ତ କୁମାର ନାୟକ, ଜ୍ଞାନେନ୍ଦ୍ର କୁମାର ରାଉତ, ଯୁବ ସଂଗଠକ ବିକ୍ରମ କେଶରୀ ନାଥ, ନିର୍ବାଣ ପ୍ରତିନିଧି ବିଜୟ କୁଅଁ ର, ଆଶିଷ କୁମାର ସାହୁପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସମାବେଶ ରେ ବିଭିନ୍ନ ଅଞ୍ଚଳ ରୁ ଶତାଧିକ ସାହିତ୍ୟିକ ଯୋଗଦାନ କରିଥଲେ। ଶେଷରେ ଉପଦେଷ୍ଠା ଦେବବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
