କଟକ, ୦୧/୦୭/୨୦୨୫(ଓଡ଼ିଶା ସମାଚାର)- ପ୍ରାଚୀ ସାହିତ୍ୟ ସମାଜର ସାହିତ୍ୟ ସଭା ଓ କବିତା ପାଠ ସ୍ଥାନୀୟ ମହାନଦୀ ବିହାର ସ୍ଥିତ ଏଲ୍. କେ. ପାଠାଗାରାର ଗାନ୍ଧୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅଶ୍ୱିନୀ କୁମାର ସେଠୀ ସଭାପତିତ୍ୱ କରି ସମାଜସେବାରେ ସାହିତ୍ୟ ଓ ଗାନ୍ଧୀବାଦ ବିଷୟରେ ଆଲୋକପାତ କରିଥିଲେ । ପ୍ରାଚୀ ପତ୍ରିକାର ସମ୍ପାଦକ ଡ. ବିଭୁଦତତ୍ତ ଖଣ୍ଡାୟତରାୟ ସମ୍ପାଦକୀୟ ଅଭିଭାଷଣ ଦେଇଥିଲେ ।
ମୁଖ୍ୟଅତିଥି ଭାବେ ପ୍ରଫେସର ଲବଙ୍ଗଲତା ବିଶୋଇ, ସମ୍ମାନିତ ଅତିଥି ଭାବେ କୁନଲତା ତ୍ରିପାଠୀ ଯୋଗ ଦେଇଥିଲେ । କବିତା ପାଠୋତ୍ସବରେ ଡକ୍ଟର ବସନ୍ତ କୁମାରୀ ନନ୍ଦ ସଂଯୋଜନା କରିଥିଲେ ଓ ଅନ୍ନ ପୂର୍ଣ୍ଣା ସାହୁ, ପ୍ରଭାତୀ ରାଣୀ ମହାନ୍ତି, ରତନ କୁମାର ମହାନ୍ତି, ଗୀତାଞ୍ଜଳି ପୃଷ୍ଟି, ସୁରେନ୍ଦ୍ର ମହାପାତ୍ର, ଅକ୍ଷୟ କୁମାର ନନ୍ଦ, ସମ୍ବିତ କୁମାର ରାୟ, ବିଭୁତି ଭୂଷଣ ପାଣି, ତପନ କୁମାର ସ୍ୱାଇଁ, ଚୈତନ୍ୟ ରଉତ, ବିମଳ କୁମାର ଦାଶ, ପ୍ରଣବ କୁମାର ନନ୍ଦୀ, ରାଜକିଶୋର ସ୍ୱାଇଁ, ରଞ୍ଜନ ରାୟ, ସୁନି ଦାସ, ମାଳତି କୁମରି ପରିଡ଼ା, ରଞ୍ଜନ ରାଉତ, ଶରତ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ସନ୍ତୋଷ କୁମାର ପାଲ ଧନ୍ୟବାଦ୍ ଦେଇଥିଲେ ।
