ରାସ୍ତା କାମ ନକରି ବିଧାୟକ ପାଣ୍ଠି ଅଢେଇ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ନିଶ୍ଚିନ୍ତକୋଇଲି ୨୭/୦୫/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-କଟକ ସଦର ନିର୍ବାଚନ ମଣ୍ଡଳୀ ବନ୍ଧୁପୁର ଗ୍ରାମପଂଚାୟତ ରେ ଆରର୍ଟିଆଇ ତଥ୍ୟ ରୁ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ର ଚଞ୍ଚକତା ଓ ଜାଲିଆତି ଧରା ପଡିଛି । କଟକ ସଦର ବିଧାୟକ ପାଣ୍ଠି ଅନୁଦାନରେ ରାସ୍ତା ନିର୍ମାଣ କରାନଯାଇ ଏହି ଟଙ୍କା ଚଳୁ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧୁପୁର ପଂଚାୟତ ସାଂଆଳ ପୁର ଗ୍ରାମ ଆରଡ଼ି ରାସ୍ତା ଠାରୁ ନାରାୟଣ ଓଝା ଘର ପର୍ୟ୍ୟନ୍ତ ଢଳେଇ ରାସ୍ତା ନିର୍ମାଣ ନିମନ୍ତେ କଟକ ସଦର ବିଧାୟକଙ୍କ ପାଣ୍ଠିରୁ ୨ ଲକ୍ଷ ୫୦ହଜାର ଟଙ୍କା ର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଥିଲା । ବ୍ଲକ ର କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ସିଂହ ଙ୍କ ନାମରେ କାର୍ୟ୍ୟାଦେଶ ଦିଆଯାଇଥିଲା । ମାତ୍ର ଏହି ଅନୁଦାନରେ ରାସ୍ତା ନିର୍ମାଣ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଗ୍ରାମବାସୀ ସୂଚନା ଅଧିକାର ରେ ତଥ୍ୟ ମାଗିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିଛି ।

ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କରାନଯାଇ ରାଜକୋଷ ରୁ ଅର୍ଥ ଉଠାଇ ନିଆଯାଇଥିବା ଅଭିଯୋଗ ହେଉଛି । ଗ୍ରାମବାସୀ ମାନେ ଜିଲ୍ଲାପାଳ, କଟକ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ, କଟକ ସଦର ବିଧାୟକ,ନିଶ୍ଚିନ୍ତକୋଇଲି ତହସିଲଦାର ଓ ବିଡ଼ିଓ ଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତ । କଟକ ସଦର ନିର୍ବାଚନ ମଣ୍ଡଳୀ ରେ ରାସ୍ତା ନିର୍ମାଣ କରାନଯାଇ ରାଜକୋଷ ରୁ ଉକ୍ତ ଟଙ୍କା ଲୁଟିନିଆ ଯାଇଥିବା ଅଭିଯୋଗ ହେଉଛି । ଭିଜିଲାନ୍ସ ପକ୍ଷ ରୁ ତଦନ୍ତ କରାଗଲେ ଯନ୍ତ୍ରୀ ଙ୍କ ଚଞ୍ଚକତା ର ପର୍ଦାଫାଶ ହୋଇ ପାରନ୍ତା ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *