ନିଶ୍ଚିନ୍ତକୋଇଲି ୨୭/୦୫/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା)- ରାଜ୍ୟରେ ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ଦିନ ୧୧ଟା ରୁ ୩ଟା ପର୍ୟ୍ୟନ୍ତ ଖରା ରେ ଶ୍ରମିକ ମାନଙ୍କ ଦ୍ୱାରା କାର୍ୟ୍ୟ କରାଯିବ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି । ହେଲେ ସରକାରଙ୍କର ଏହି ନିର୍ଦେଶକୁ ଫୁ କରି କେନ୍ଦ୍ରାପଡ଼ା ପୂର୍ତ୍ତ ଡିଭିଜନ -୨ ଅଧୀନରେ ନିର୍ମାଣଧୀନ ଥିବା ଅସୁରେଶ୍ୱର ଠାରେ ଲୁଣା ନଦୀ ସେତୁ ନିର୍ମାଣ କାର୍ଯ୍ୟ ଦିନ ୧୧ଟା ପରେ ଧୁ ଧୁ ଖରା ରେ ଶ୍ରମିକ ମାନଙଙ୍କ ଦ୍ୱାରା କରାଯାଉଛି । ଏହି ସେତୁ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ନାରାୟଣ ଦାସ କନ୍ସଟ୍ରକ୍ସନ ଶ୍ରମିକ ମାନଙ୍କୁ ଦିନ ୧୨ଟା ରେ ଲୁଣନଦୀ ରେ ପାଇଲିଙ୍ଗ କାର୍ୟ୍ୟ ସହିତ ଲୁହା ରଡ଼ ଝଳେଇ କାର୍ୟ୍ୟ ମଧ୍ୟ ଜୋରଜବରଦସ୍ତ କରାଉଛି।
ସମ୍ପୃକ୍ତ ସଂସ୍ଥା ମଧ୍ୟ ଚିତ୍ରୋତ୍ପଳା ନଦୀରେ ଜନାର୍ଦ୍ଦନପୁରରୁ କୁଳିଆ ସେତୁର ନିର୍ମାଣ ଦାୟିତ୍ୱରେ ଅଛି । ସେଠାରେ ଗତ କିଛି ଦିନ ତଳେ ପିଲାର ସେଣ୍ଟରିଙ୍ଗ ବେଳେ ନଦୀ ପାଣିରେ ଖସିପଡି ଜଣେ ଶ୍ରମିକର ମୃତ୍ୟୁ ଘଟିଥିଲା । ଶ୍ରମିକ ମାନଙ୍କୁ କୌଣସି ସେଫଟି କିଟ ମଧ୍ୟ ଠିକାସଂସ୍ଥା ଦେଇନାହି ।ସଂସ୍ଥା ଉତ୍ତରପ୍ରଦେଶ, ଛତିଶଗଡ଼, ବିହାର, ପଶ୍ଚିମ ବଙ୍ଗ ଏବଂ ଓଡିଶା ର ଶ୍ରମିକ ମାନେ ଏହି ପୋଲ କାର୍ୟ୍ୟରେ ନିୟୋଜିତ ଥିଲାବେଳେ ଶ୍ରମିକ ଆଇନ ଏବଂ ଓ ସରକାରଙ୍କ ନିର୍ଦେଶ କୁ ଠିକା ସଂସ୍ଥା ବେଖାତିର କରିପାରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
