କଟକ ସଦର ବ୍ଲକ ପ୍ରଶାସନର ଦାୟିତ୍ବହୀନତା ପାଇଁ ଵର୍ଷାରେ ଭିଜିଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ

କଟକ ସଦର , ୨୧/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ପ୍ରଶାସନର ଦାୟିତ୍ବହୀନତା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ୨୩ ଗୋଟି ପଞ୍ଚାୟତର ଗାଁ ଗାଁ ଵୁଲି ଆଦାୟ ହୋଇଥିବା ଏକ ଶହ କୁଇଣ୍ଟାଲ ଅକ୍ଷତ ଚାଉଳ ପରମହଂସନାଥଙ୍କ ମନ୍ଦିର ବେଢ଼ାର ପଛପଟେ ଵର୍ଷାରେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ପରମହଂସ ପଞ୍ଚାୟତରେ ଅନେକ କୋଠାଘର ଥିବା ଏଵଂ ସେଥିରୁ କିଛି ଭଡ଼ାରେ ଲାଗିଥିଲା ବେଳେ ମହାପ୍ରଭୁଙ୍କ ଅର୍ପଣ ଚାଉଳ କାହିଁକି ଓ କାହା ସ୍ୱାର୍ଥରେ ମନ୍ଦିର ପଛପଟେ ଏପରି ଦୟନୀୟ ଭାବେ ରଖାଯାଇଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ ଯେ ଲୋକାର୍ପଣ ଦିଵସ ଗତ ୧୭ ତାରିଖରେ ସରକାରୀ ଵ୍ୟଵ୍ୟସ୍ଥା ମଧ୍ୟରେ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ପ୍ରଶାସନ ଉତ୍ସବ ପାଳନ କରିଥିବା ବେଳେ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧାର ଅର୍ପଣ ଚାଉଳର ସୁରକ୍ଷା ପ୍ରତି ଦାୟିତ୍ବହୀନତା ମନୋଭାବ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଉପହାସ ଛଡ଼ା କିଛି ନୁହେଁ ଵୋଲି ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *