ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ଲେଖିକା ଡ. ଗାୟତ୍ରୀବାଳା

ଭୁବନେଶ୍ୱର,୦୫/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶିଷ୍ଟ ଲେଖିକା ତଥା ସୋଆ ବିଶ୍ବବିଦ୍ୟାଳୟ ‘ପ୍ରାଚୀନ’ ବିଭାଗର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଛି। ସାହିତ୍ୟ ସାଧନା କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇ ଖ୍ୟାତି ଆଣିଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ଉଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଗ୍ରାମ୍ୟ ଉନ୍ନୟନ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଠାରେ ଉଲ୍ଲେଖ ଥାଉ କି ୨୮ଟି ପୁସ୍ତକ ପ୍ରକାଶିତ ହୋଇଥିବା ପ୍ରଥମ କବି ଭାବେ କବିତା ସଙ୍କଳନ ‘ଦୟାନଦୀ’ ପାଇ ଏବଂ ‘ଗାଁ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏପରିକି ତାଙ୍କ କବିତା ଇଂରେଜ ସମେତ ବିଭିନ୍ନ ଭାଷାରେ ପ୍ରକାଶିତ ହୋଇ ପାଠକମାନଙ୍କ ଆଦୃତ ଲାଭ କରିଛି।

Leave a Reply

Your email address will not be published. Required fields are marked *