କଟକ ସଦର,୨୭/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଡବଲ ଇଂଜିନ୍ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁ ଥିବା ବେଳେ ଏକ ରାସ୍ତା ର କାର୍ଯ୍ୟ ନକରି ବିଧାୟକଙ୍କ ଉନ୍ନୟନ ପାଣ୍ଠି ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ନିର୍ବାଚନମଣ୍ଡଳୀ ଅଂଚଳରୁ ।
ପ୍ରାପ୍ତ ଅଭିଯୋଗରୁ ଜଣାପଡ଼ିଛି ଯେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ଚଞ୍ଚକତା କରି କଟକ ସଦର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଵନ୍ଧୁପୁର ପଞ୍ଚାୟତ ସାଆଁଳପୁର ଗ୍ରାମର ଏକ ରାସ୍ତାର କାର୍ୟ୍ୟ ନକରି ବିଧାୟକଙ୍କ ଉନ୍ନୟନ ପାଣ୍ଠିର ୨.୫୦ ଲକ୍ଷ ଟଙ୍କା ହଡ଼ପ କରିଥିବା ସଦ୍ୟ ଆରଟିଆଇ ତଥ୍ୟରୁ ଜଣାପଡିଛି।
ଫଳରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହିତ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବାଡ଼ ଯଦି କ୍ଷେତ ଖାଇବ ତାହେଲେ ଲୋକେ କହିବେ କାହାକୁ , ଶୁଣିଵ ବା କିଏ ? ବୋଲି ମତପ୍ରକାଶ ପାଉଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
