ବିଶ୍ୱ ହକର୍ ଦିବସ ପାଳିତ

କଟକ,୨୭/୦୫/୨୦୨୬(ଓଡ଼ିଶା ସମାଚାର)-ସମ୍ବାଦପତ୍ର ବିକ୍ରେତା ସଂଘ ପକ୍ଷରୁ କଟକର ବକ୍ସିବଜାରଠାରେ ବିଶ୍ୱ ହକର ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ବିଶେଷ ସଭାରେ ସଂଘର କର୍ମକର୍ତାମାନେ ଏକତ୍ରିତ ହୋଇ ସମ୍ବାଦପତ୍ର ବିତରକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଜିର ଡିଜିଟାଲ ଯୁଗରେ ସକାଳୁ ସକାଳୁ ଲୋକଙ୍କ ନିକଟରେ ଖବର ପହଂଚାଉଥିବା ବିତରକମାନେ ବହୁ ଦୁଃଖ କଷ୍ଟ ଏବଂ ଆର୍ଥôକ ଅନଟନ ମଧ୍ୟରେ ନିଜର ଜୀବିକା ପ୍ରତିପୋଷଣ କରୁଛନ୍ତି ବୋଲି ସଭାରେ ମତପ୍ରକାଶ ପାଇଛି । ଏଭଳି ସଙ୍କଟଜନକ ସମୟରେ ଖବରକାଗଜର ମାଲିକ ଏବଂ ରାଜ୍ୟ ସରକାର ସହାନୁଭୂତିର ସହ ବିତରକମାନଙ୍କ ସୁରକ୍ଷା ଓ ଉନ୍ନତି ପାଇଁ
ସାହାଯ୍ୟର ହାତ ବଢ଼ାଇବା ନିହାନ୍ତି ଆବଶ୍ୟକ ବୋଲି ସଂଘ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ସମ୍ବାଦପତ୍ର ବିକ୍ରେତା ସଂଘର ସାଧାରଣ ସମ୍ପାଦକ ରତ୍ନାକର ପ୍ରଧାନ, ସହ ସମ୍ପାଦକ ପ୍ରଶାନ୍ତ ସାହୁ ଏବଂ ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରଭାସ ପ୍ରଧାନ ଉପସ୍ଥିତ ରହି ବିତରକମାନଙ୍କ ହକ ଓ ସାମାଜିକ ସୁରକ୍ଷା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଏହା ସହିତ କମିଟିର ସଭ୍ୟ କେ. ବେଣୁ ରାଓ, ସୁଜିତ ସାହୁ, ଅଜୟ ବେହେରା, ନିବାସ ରାଉତ, ଚିତ ବେହେରା ଏବଂ ସନ୍ତୋଷ ଦତ ପ୍ରମୁଖ ସଭାରେ ଯୋଗଦେଇ ଆଗାମୀ ଦିନରେ ସଂଘର ଆନ୍ଦୋଳନ ଓ କାର୍ଯ୍ୟପନ୍ଥାକୁ କିପରି ସୁଦୃଢ଼ କରାଯିବ ସେ ନେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *