ଆଜିଠୁ ଅଲାରନାଥରେ ଅଣସର ଦର୍ଶନ

ବ୍ରହ୍ମଗିରି, ୩୦/୦୬/୨୦୨୬ (ଓଡ଼ିଶା ସମାଚାର)- ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ଅଣସର ଯୋଗୁ ଶ୍ରୀମନ୍ଦିରରେ ଦର୍ଶନରୁ ବଂଚିତ ହେବେ ଭକ୍ତ । ଏଥିପାଇଁ ଆଜି ମଙ୍ଗଳବାର ଠାରୁ ଅଲାରନାଥରେ ଆରମ୍ଭ ହେବ ଅଣସର ଦର୍ଶନ । ବିଶ୍ୱାସ ରହିଛି, ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ, ଅଣସର ସମୟରେ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କୁ ଦର୍ଶନ କଲେ ସମାନ ପୂଣ୍ୟ ମିଳିଥାଏ । ଏଥିପାଇଁ ଆଜିଠାରୁ ୧୪ ଦିନ ଦିନ ପାଇଁ ଅଲରାନାଥଙ୍କ ଦର୍ଶନ ପାଇଁ ଭିଡ଼ ଜମିବ ।

ପୁରୀରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ଭକ୍ତଙ୍କୁ ଅଲାରନାଥଙ୍କ ରୂପରେ ଦର୍ଶନ ଦେବେ ପ୍ରଭୁ ଶ୍ରୀ ଜଗନ୍ନାଥ । ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରାଯାଇଛି । ଭୋର ୪ଟାରୁ ମନ୍ଦିର ଖୋଲା ଯାଇ ମଙ୍ଗଳ ଆଳତି ପରେ ସର୍ବସାଧାରଣ ଦର୍ଶନ ଚାଲୁ ରହିବ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ଏଥିସହ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୨୦ ଜଣ ଆଇଆଇସିଙ୍କ ସମେତ ମୋଟ ୫୦ ଜଣ ଅଫିସର ନିୟୋଜିତ ରହିବେ । ୭୦ଟି ସିସିଟିଭି କ୍ୟାମେରା ନଜରରେ ରହିବ ଅଲାରନାଥ ମନ୍ଦିର । ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *