ସୁରମା ପାଢୀ ସପ୍ତଦଶ ବିଧାନସଭାର ବାଚସ୍ପତି

 ଭୁବନେଶ୍ୱର,୨୦/୬/୨୦୨୪(ଓଡ଼ିଶା ସମାଚାର)- ସର୍ବସମ୍ମତି କ୍ରମେ ସପ୍ତଦଶ ବିଧାନସଭାର ବାଚସ୍ପତି ହୋଇଛନ୍ତି ସୁରମା ପାଢୀ। ସୁରମା ପାଢୀଙ୍କୁ ବାଚସ୍ପତି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପର ମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ସମର୍ଥନ କରିଛନ୍ତି । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ପ୍ରମିଳା ମଲ୍ଲିକଙ୍କ ପରେ ଦ୍ୱିତୀୟ ମହିଳା ବାଚସ୍ପତି ହୋଇଛନ୍ତି ସୁରମା ପାଢୀ। ସୁରମା ପାଢୀ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୁରମା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ଏକ ଆସନରେ ସେ ଦିନେ ବସିବେ ବୋଲି କେବେ ଭାବିନଥିଲେ। ନିରପକ୍ଷତାର ସହ ଗୃହ ପରିଚାଳନା କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *