କଟକ ସଦର,୦୧/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ଥୋରିଆପଡା ଗ୍ରାମର ଦିଲିପ୍ କୁମାର ଭୋଇ (୨୮) ଗତକାଲି ଶୁକ୍ରବାର ରାତିରେ ଘରୁ ଆସି ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ରାତି ସାରା ଖୋଜାଖୋଜି କରିବା ଏବଂ ମୋବାଇଲ୍ ଫୋନ୍ ସୁଇଚ୍ ଅପ୍ ଥିବାରୁ ଦିଲିପ ଙ୍କର କୈ।ଣସି ସନ୍ଧାନ ପାଇ ପାରିନଥିଲେ। ଆଜି ଶନିବାର ସକାଳେ ସୋମପୁର ଲକ୍ ଠାରୁ ପାଞ୍ଚ ଶହ ମିଟର ଦୂରରେ ଜାଡୁଆସାହି ସିଧା ତାଳଦଣ୍ଡା କେନାଲ ବନ୍ଧ ନିଛାଟିଆ ରାସ୍ତାରେ ବହୁ ପରିମାଣର ରକ୍ତ ପଡ଼ିଥିବା ଏଵଂ ଦିଲିପ ଚଢୁଥିଵା ମଟରସାଇକେଲ ଟି କେନାଲ କଡ଼ ପାଣିରେ ପଡ଼ିଥିବା ଦେଖାଯାଇଥିଲା।

ଖଵର ପାଇ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ବିରଞ୍ଚିନାରାୟଣ ପତି ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଥିବା ଜଣାପଡିଛି। ହେଲେ କାଳେ ଦିଲିପ କେନାଲ ରେ ଖସିପଡ଼ି ଥାଇପାରନ୍ତି ସେଥିପାଇଁ ସନ୍ଦେହରେ ରଘୁନାଥପୁର ଓ ବିରିଡ଼ି ଅଗ୍ନିଶମ ବାହିନୀ ସହାୟତାରେ କେନାଲ ରେ ତଲାସୀ ଅଭିଯାନ ଚଳାଇଛନ୍ତି। ଅନ୍ୟପକ୍ଷରେ ଦିଲିପ ଙ୍କ ପତ୍ନୀ ବିଜୟଲକ୍ଷ୍ମୀ ପ୍ରଧାନ ତାଙ୍କ ସ୍ୱାମୀ ଙ୍କୁ ଉକ୍ତ ଗ୍ରାମର ବାବୁ ଓରଫ ପ୍ରମୋଦ କୁମାର ଭୋଇ ରାତିରେ ଡାକି ନେଇଥିବା ଅଭିଯୋଗ କରିଛନ୍ତି।
ପାରିପାର୍ଶ୍ବିକ ଅବସ୍ଥିତିକୁ ନେଇ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ ଉପୁଜିଛି। ନିଖୋଜ ଦିଲିପ ମିଳିଗଲା ପରେ ଯାଇଁ ଘଟଣାର ପର୍ଦ୍ଧାଫାଶ ହେବ ବୋଲି ଜଣାପଡିଛି। ତେବେ ସଂଧ୍ୟା ସୁଦ୍ଧା ରିପୋର୍ଟ ଲେଖା ହେଲାବେଳକୁ ନିଖୋଜ ଦିଲିପ ଙ୍କର କୈ।ଣସି ସନ୍ଧାନ ମିଳିପାରି ନାହିଁ। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ଵିଷୟ ହୋଇଥିଲା ବେଳେ କେନାଲ ବନ୍ଧ ରାସ୍ତା ଲୋକାରଣ୍ୟ ହୋଇପଡିଛି।
