Breaking News – ରାଜଧାନୀରେ ପୁଲିସ ର ଏନକାଉଂଟର

ଭୁବନେଶ୍ୱର,୨୬/୦୫/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବିଳମ୍ବିତ ରାତିରେ ରାଜଧାନୀ ଉପକଂଠ ଅରିସଲ ନିକଟରେ ଡ଼୍ରଗ୍ସ କାରବାର କରୁଥିବା ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ପପୁନ୍ ମାଝୀକୁ ପୋଲିସ ଏନକାଉଂଟର କରିଛି । ସ୍ପେସାଲ କ୍ରାଇମ୍ ୟୁନିଟ୍ ଆଜି ରାତିରେ ଚଢ଼ାଉ କରିବା ସମୟରେ ପପୁନ୍ ମାଝୀ ପୋଲିସ ଉପରକୁ ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ ର ପାଲଟା ଗୁଳି ପପୁନ୍ ର ଗୋଡ଼ରେ ବାଜିବାରୁ ସେ ସେହିଠାରେ ଟଳି ପଡ଼ିଥିଲା । ତାର ଡ଼ାହାଣ ଗୋଡ଼ରେ ଗୁଳି ବାଜିଥିଲା । ସ୍ପେସାଲ କ୍ରାଇମ୍ ୟୁନିଟ୍ ର ନେତୃତ୍ୱ ନେଉଥିବା ଡ଼ିସିପି ଅନୁପ୍ କାନୁନଗୋ ଓ ତାଙ୍କ ଟିମ୍ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ବଂଜାମ ବୁଗୁଡ଼ାର ଏହି ଦୁର୍ଦ୍ଧାନ୍ତ ଅପରାଧୀ ଗତ କିଛି ଦିନ ହେଲା ରାଜଧାନୀରେ ଡ଼୍ରଗ୍ସ ଚୋରା କାରବାର ସାଙ୍ଗକୁ ଅପରାଧୀ ମାନଙ୍କୁ ବନ୍ଧୁକ ଯୋଗାଇ ଆସୁଥିବା ନେଇ ପୋଲିସ ରେ ଖବର ରହିଥିଲା ।

ଆଜି ରାତି ପ୍ରାୟ ଅଢ଼େଇଟା ବେଳେ ଅରିସଲ ଛକ ନିକଟରେ ପପୁନ୍ ଡ଼୍ରଗ୍ସ ନେଇ ଯିବାବେଳେ ପୋଲିସ ର ହାବୁଡ଼ରେ ପଡ଼ିଥିଲା । ସେ ଅଚାନକ ପୋଲିସ ଉପରକୁ ଗୁଳି ଚଳାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଆତ୍ମରକ୍ଷା ତଥା ଜବାବ ରେ ପୋଲିସ ଗୁଳି ଚଳାଇବାରୁ ପପୁନ୍ ଆହତ ହୋଇଥିଲା । ତାକୁ କାବପୁ କରି ତା ନିକଟରୁ ଲକ୍ଷାଧିକ ଟଙ୍କାର ଡ଼୍ରଗ୍ସ ଓ ଏକ ୭.୬ ଏମଏମ ପିସ୍ତଲ ଜବତ କରାଯାଇଛି । ନିଶା କାରବାର, ବନ୍ଧୁକ କାରବାର ନେଇ ତା ନାମରେ ୨୦ ରୁ ଅଧିକ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *