କଟକ ସଦର ୨୬/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ସଭାପତି ମହମ୍ମଦ ସବିରଙ୍କ ସୁପାରିଶ କ୍ରମେ କଟକ ସଦର ର ଜଣାଶୁଣା ଯୁବ ସମାଜସେବୀ ସକିଲ ଅହେମଦ ଙ୍କୁ କଟକ ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ର ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।
ଏଥିପାଇଁ ସକିଲ୍ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ, ମହମ୍ମଦ ସବିର ଙ୍କ ସମେତ ରାଜ୍ୟ ବିଜେପି ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂହଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ଜଣାପଡିବା ପରେ ସକିଲ ଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଥିଵା ବେଳେ ସଂଖ୍ୟାଲଘୁ ଯୁବ ସମ୍ପ୍ରଦାୟ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
