କଟକ ସଦର ଅଞ୍ଚଳରେ ଗଣ ଦେବତା ଶ୍ରୀ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ 

କଟକ ସଦର,୦୭/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଶନିବାର ଗଣଦେଵତା ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜାରୁ ଆରମ୍ଭ ହେଲା ଧରାପୃଷ୍ଠରେ ହିନ୍ଦୁମାନଙ୍କର ପାର୍ବଣ ଋତୁ। ଆଜି ଠାରୁ ଗୋଟିକ ପରେ ଗୋଟିଏ ନୂଆ ଖାଇ, ବିଶ୍ୱକର୍ମା, ଦଶହରା, ଗଜଲକ୍ଷ୍ମୀ,କାଳୀ, କାର୍ତ୍ତିକେୟ ପ୍ରଭୃତି ପୂଜା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି କଟକ ସଦର ଅଞ୍ଚଳରେ ଧୁମଧାମରେ ପାଳିତ ହେଉଛି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଏଥିପାଇଁ ଚାରିଆଡ଼େ ପୂଜାର ମାହୋଲ। ସଦର ଅଞ୍ଚଳର ଵୈୟାଳିଶ ମୈ।ଜା, କନ୍ଦରପୁର, କିଶନନଗର, ନେମାଳ,ଵିଲହାଟ ପ୍ରଭୃତି ଅଞ୍ଚଳରେ ଥିବା ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସହିତ କ୍ଲବ୍, ପାଠାଗାର, ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଛି ଆଧ୍ୟାତ୍ମିକ ପରିବେଶରେ ଗଜାନନଙ୍କ ପୂଜା। ଏଥିପାଇଁ ସ୍ଥାନୀୟ ଯଶପଡା ଓ ଆୟତପୁର ଅଞ୍ଚଳ ହୋଇ ଉଠିଛି ଚଳଚଞ୍ଚଳ।

Leave a Reply

Your email address will not be published. Required fields are marked *