ଆଳି ତଟବନ୍ଧ ଡିଭିଜନ ଆରଟିଆଇରେ ତଥ୍ୟ ପ୍ରଦାନ ନକରିବା ପ୍ରତିବାଦରେ ୨୫ରେ ଧାରଣା

କେନ୍ଦ୍ରାପଡ଼ା,୧୮/୧୧/୨୦୨୬ (ଓଡ଼ିଶା ସମାଚାର)- ସୂଚନା ଅଧିକାର ନିୟମରେ ତଥ୍ୟ ପ୍ରଦାନ କରୁନଥିବାରୁ ଏନେଇ ପ୍ରଥମ ଅପିଲ କର୍ତୃପକ୍ଷ ତଥା ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ପୂର୍ବରୁ ଦାଖଲ କରାଯାଇଥିବା ଲିଖିତ ଅଭିଯୋଗ ଉପରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରାନଯିବାର ପ୍ରତିବାଦରେ ଆସନ୍ତା ୨୫ତାରିଖରେ ଆଳି ତଟବନ୍ଧ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଆବେଦନକାରୀ ଧାରଣା ଦେବେ ବୋଲି ଜିଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ସୂଚନା ଅନୁଯାୟୀ ଆବେଦନକାରୀ କେନ୍ଦ୍ରାପଡା ଜିଲାର ଆଳି ବ୍ଲକର ମହୁ ଗ୍ରାମର ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଗତ ୧୨.୧୦.୨୦୨୬ ରିଖରେ ଏସମ୍ପର୍କରେ ତଟବନ୍ଧ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ, ଜିଲାପାଳ କେନ୍ଦ୍ରାପଡ଼ାଙ୍କ ନିକଟରେ ଏକ ବିସ୍ତୃତ ଲିଖିତ ଅଭିଯୋଗ ଦାଖଲ କରିଥିଲେ ।

ଉକ୍ତ ଅଭିଯୋଗରେ ଆଳି ତଟବନ୍ଧ ଡିଭିଜନ ଏବଂ ଏହା ଅଧୀନସ୍ଥ ଉପ-ବିଭାଗଗୁଡ଼ିକ ସମ୍ବନ୍ଧରେ ଆରଟିଆଇ ଆବେଦନର ସୂଚନା ପ୍ରଦାନରେ ବିଫଳତା , ପ୍ରଥମ ଅପିଲ ଗୁଡ଼ିକର ଆଇନ ସମ୍ମତ ସମୟସୀମା ମଧ୍ୟରେ ନିଷ୍ପତି ନହେବା , ଆଳି ଉପବିଭାଗ ଦ୍ୱାରା ଅସମ୍ପୂର୍ଣ୍ଣ ସୂଚନା ପ୍ରଦାନ ଏବଂ ତା୧/୦୯/୨୦୨୬ ରିଖରେ ଆଳି ତଟବନ୍ଧ ବିଭାଗ କାର୍ଯ୍ୟାଳୟର ଜନସୂଚନା ଅଧିକାରୀଙ୍କ ଦ୍ୱାରା ତାଙ୍କ ପ୍ରତି କଥିତ ଅପମାନ ଜନକ ବ୍ୟବହାର ସମ୍ପର୍କରେ ନିରପେକ୍ଷ ତଦନ୍ତ ଓ ପ୍ରତିକାର ନିମନ୍ତେ ଶ୍ରୀ ଆଚାର୍ଯ୍ୟ ଦାବି କରିଥିଲେ । ଉକ୍ତ ଅଭିଯୋଗରେ ସେ ସ୍ପଷ୍ଟ ଭାବେ ଜଣାଇଥିଲେ ୧୫ ଦିନ ମଧ୍ୟରେ ତାଙ୍କ ଦାବି ଗୁଡ଼ିକ ଉପରେ ଉଚିତ୍ ପଦକ୍ଷେପ ନିଆନଗଲେ ସେ ଆଇନ ସମ୍ମତ ଭାବେ ତଟବନ୍ଧ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ବାଧ୍ୟ ହେବେ ।

କିନ୍ତୁ ତାଙ୍କ ଅଭିଯୋଗ ଦାଖଲ ହେବାର ପ୍ରାୟ ଏକ ମାସ ପରେବି କୌଣସି ଠୋସ୍ ପ୍ରତିକାର ଗ୍ରହଣ କରାଯାଇନାହିଁ । ତେଣୁ ତାଙ୍କ ଆଇନ ସମ୍ମତ ଅଧିକାର ଓ ନ୍ୟାୟ ସଙ୍ଗତ ଦାବି ଗୁଡ଼ିକ ପ୍ରତି ଲଗାତାର ଅବହେଳା କରାଯାଉଥିବାରୁ ସେ ବାଧ୍ୟ ହୋଇ ଜଣେ ସାଧାରଣ ନାଗରିକ ହିସାବରେ ତାଙ୍କ ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ଆସନ୍ତା ୨୫.୧୧.୨୦୨୬ ରିଖ ବୁଧବାର ପୂର୍ବାହ୍ନ ୧୧ ଘଟିକା ଠାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଆଳି ତଟବନ୍ଧ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ଭଙ୍ଗ ନକରି ଏକ ଦିନିଆ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ତଟବନ୍ଧ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଓ ଜିଲାପାଳଙ୍କୁ ଲିଖିତ ଭାବରେ ଜଣାଇଦେଇଛନ୍ତି ।

Leave a Reply

Your email address will not be published. Required fields are marked *