ଇନ୍ଦୀରା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ ପାଳିତ

ଗରଦପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)-ପାଟକୁରା କଂଗ୍ରେସ ପକ୍ଷରୁ ବନ୍ଧସାହିସ୍ଥିତ ଦଳିୟ କାର୍ଯ୍ୟାଳୟ ପରିସର ରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦୀରା ଗାନ୍ଧିଙ୍କ ୧୦୭ତମ ଜନ୍ମ ତିଥି ପାଳନ କରାଯାଇଥିଲା । ଏଥିରେ ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ା ସଭାପତିତ୍ୱ କରିଥିଲେ । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଏଥିରେ ଯୋଗଦେଇ ସ୍ୱର୍ଗତ ଗାନ୍ଧି କିଭଳି ଭାରତ ପାକିସ୍ଥାନ ଯୁଦ୍ଧ ସହ ସବୁଜ ବିପ୍ଲବ , ବ୍ୟାଙ୍କ ଜାତୀୟ କରଣ , ବ୍ଲୁଷ୍ଟାର ଅବରେସନ୍ ଭଳି କାର୍ଯ୍ୟ କରିଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଭାରତ ବର୍ଷ ପାଇଁ ଶ୍ରୀମତୀ ଗାନ୍ଧିଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ସେ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଉପସଭାପତି ନୀରଂଜନ ରାଉତ, ବରିଷ୍ଠ କଂଗ୍ରେସ ନେତା ସୁବାସ ସାମଲ, ଜ୍ୟୋତିରଂଜନ ନାୟକ, ପ୍ରଦୀପ କୁମାର ଲେଙ୍କା, କୁମାର ପାଣି, ,ଗୋଲକ ବିହାରୀ ସ୍ୱାଇଁ, ରଂଜନ ପରିଜା, ଶଙ୍କର୍ଷଣ ମଲିକ, ମୀରା ସ୍ୱାଇଁ, ପ୍ରଭାତି ସେଠୀ , ସୁବାସିନୀ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରଦୀନ ମହାରଣା, ପ୍ରକାଶ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିବାବେଳେ ରମାକାନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *