ସହିଦ ବୀର ଯବାନ ସନାତନ ପ୍ରଧାନ ଙ୍କର ଶେଷକୃତ୍ୟ ସମ୍ପନ୍ନ

ଗରଦପୁ.୦୫/୦୨/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ନଡ଼ିଆବରାଇ ଗ୍ରାମ ପଞ୍ଚାୟତର ଓଉପଡ଼ା ଗ୍ରାମର ସେନା ବାହିନୀର ବୀର ଯବାନ ସନାତନ ପ୍ରଧାନ ଙ୍କର କାର୍ୟ୍ୟରତ ସମୟରେ ହୃଦଘାତରେ ଦେହାନ୍ତ ହୋଇଛି । ତାଙ୍କ ମର ଶରୀର ଆଜି ଓଉପଡ଼ା ଗ୍ରାମରେ ପହଂଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗ୍ରାମର ଶୋକାକୂଳ ଜନସାଧାରଣ ଏକ ଶୋଭାଯାତ୍ରାରେ  ସହୀଦ ବୀର ଯବାନ ଙ୍କୁ ଗ୍ରାମ ପରିକ୍ରମା କରାଇବା ପରେ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପାଟକୁରା ବିଧାୟିକା ପ୍ରତିନିଧି ସଂଜୟ ଅଗ୍ରୱାଲା, ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ ପ୍ରମୁଖ ଶେଷ ଦର୍ଶନ କରି ଥିଲେ ।

Leave a Reply

Your email address will not be published. Required fields are marked *