ଜଗତସିଂହପୁର ଜିଲ୍ଲା ରେ ଉଦ୍ୟମୀ  ଓଡିଶା ଏମ ଏସ ଏମ ଇ କାର୍ଯ୍ୟକ୍ରମ ଉଦ୍ଘାଟିତ

ଜଗତସିଂହପୁର ୨୭/୦୬/୨୦୨୬ (ଓଡ଼ିଶା ସମାଚାର)-  ଆଜି ଜଗତସିଂହପୁର ଜିଲ୍ଲା  ସଂସ୍କୃତି ଭବନ ଠାରେ ଅନ୍ତର୍ଜାତୀୟ ଏମ ଏସ ଏମ ଇ ଦିବସ ଉପଲକ୍ଷେ ଜିଲ୍ଲା ଶିଳ୍ପ କେନ୍ଦ୍ର, ଜଗତସିଂହପୁର ତରଫରୁ ୪ ଦିବସୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ  ଉଦ୍ୟୋଗ ପ୍ରଦର୍ଶନୀ ୨୦୨୬ ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ଙ୍କ କରକମଳ ରେ ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ଜଗତସିଂହପୁର ର ସାଧାରଣ ପରିଚାଳକ ଶ୍ରୀ ମନୋରଞ୍ଜନ ବିଷୋୟୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ବକ୍ତା ତଥା ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀ  ରବୀନ୍ଦ୍ର କୁମାର ନାୟକ, ଅତିରିକ୍ତ ନିର୍ଦେଶକ ହସ୍ତଶିଳ୍ପ ଶ୍ରୀ ଅଜିତ ପ୍ରସାଦ ଭୋଇ ଓ ଜିଲ୍ଲା ଦକ୍ଷତା ବିକାଶ ତଥା  ନିୟୋଜନ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ଙ୍କ ଉପସ୍ଥିତି ରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଯାଇଛି ।

ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ସମସ୍ତ ଆଶାୟୀ ଉଦ୍ୟୋଗୀ ମାନଙ୍କୁ ସରକାର ଙ୍କ ପ୍ରଦତ୍ତ ସମସ୍ତ ଯୋଜନା ର ଲାଭ ଉଠାଇବା ପାଇଁ ପ୍ରେରଣା ଦେଇଥିଲେ ।  ଜିଲ୍ଲା ଶିଳ୍ପ କେନ୍ଦ୍ର, ଜଗତସିଂହପୁର ର ସାଧାରଣ ପରିଚାଳକ ଶ୍ରୀ ମନୋରଞ୍ଜନ ବିଷୋୟୀ ଯୁବକ ଯୁବତୀ ମାନଙ୍କୁ ଅଧିକରୁ ଅଧିକ ସଂଖ୍ୟା ରେ ଉଦ୍ୟୋଗୀ ହେବା ପାଇଁ ପରାମର୍ଶ ଦେଇଥିଲେ  ଏବଂ ଉଦ୍ୟମୀତା ର କର୍ମନିୟୋଜନ ସୃଷ୍ଟି ର ଉପାଦେୟତା ବୁଝାଇ ଥିଲେ. । ଏହି ମଞ୍ଚ ରେ ଜିଲ୍ଲା ର ବିଶିଷ୍ଠ ଉଦ୍ୟମୀ ଶ୍ରୀ ମନୀନ୍ଦ୍ର ନାଥ ପରିଡା, ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ, ଶ୍ରୀ ମନୋଜ କୁମାର ମହାପାତ୍ର, ଶ୍ରୀ ସତ୍ୟବ୍ରତ ମହାନ୍ତି ଙ୍କୁ  ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା ।

ଏହା ବ୍ୟତୀତ ସମାଜ ସେବା ପାଇଁ ଶ୍ରୀ ଗୋବିନ୍ଦ ଓଝା, ଜିଲ୍ଲା ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ର ପ୍ରୀତିଶ ଭାରତ ଦାସ, ପାର୍ଥ ପ୍ରତିମ ଷଡ଼ଙ୍ଗୀ , ଜିଲ୍ଲା ଦକ୍ଷତା ବିକାଶ ତଥା  ନିୟୋଜନ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ଙ୍କୁ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା. । କାର୍ଯ୍ୟକ୍ରମ ଶେଷରେ ମାନ୍ୟବର ସାଂସଦ ସମସ୍ତ ଷ୍ଟଲ ପରିଦର୍ଶନ କରି ଉଦ୍ୟମୀ  ମାନଙ୍କ ସହ ମତବିନିମୟ କରିଥିଲେ. । ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପାଳନ କରିବା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର, ଜଗତସିଂହପୁର ର ସହକାରୀ ଶିଳ୍ପ ଅଧିକାରୀ ତ୍ରିବିକ୍ରମ ଭୋଇ, ସ୍ବର୍ଣ୍ଣ ସାରିକା ପଟ୍ଟନାୟକ, ଲଭଲିକାନ୍ତ ମଲ୍ଲିକ, ଅନନ୍ୟା ଅନୁଷ୍କା ଓ ଜିଲ୍ଲା ଶିଳ୍ପ କେନ୍ଦ୍ର, ଜଗତସିଂହପୁର ର ସମସ୍ତ କର୍ମଚାରୀ ସହାୟତା କରିଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *