ଯାଜପୁରରେ ଆୟୋଜିତ ହେଲା ପଖାଳ ପରବ

ଯାଜପୁର,୨୧/୦୩/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନୀୟ ମିଶନ ଶକ୍ତି କେନ୍ଦ୍ରଠାରେ ଆୟୋଜିତ ହୋଇଛି ପଖାଳ ପରବ। ପଖାଳ ଦିବସ ଅବସରରେ ରାଜ୍ୟ ସାରା ସମସ୍ତ ଜିଲ୍ଲାରେ ପଖାଳ ଦିବସ ପାଳନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପଖାଳ ପରବରେ ଯୋଗ ଦେଇଥିଲେ।

ଆଭାସୀ ମାଧ୍ୟମରେ ଯାଜପୁର ସମେତ ବିଭିନ୍ନ ଜିଲ୍ଲାର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଆ ସଂସ୍କୃତିରେ ପଖାଳର ମହତ୍ତ୍ୱ, ମହାପ୍ରଭୁଙ୍କ ପ୍ରିୟ ପଖାଳ, ପଖାଳର ଔଷଧୀୟ ଗୁଣ ଇତ୍ୟାଦି ବିଭିନ୍ନ ଦିଗ ଉପରେ ଅତିଥିମାନେ ଆଲୋଚନା କରିଥିଲେ।

 

ଯାଜପୁରରେ ଆୟୋଜିତ ପଖାଳ ପରବରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗ ଦେଇଥିଲେ। ଏହାସହ ପଖାଳ ଏବଂ ବିଭିନ୍ନ ଓଡ଼ିଆ ପାରମ୍ପରିକ ବ୍ୟଞ୍ଜନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ପ୍ରଶାସନର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଦେବବ୍ରତ ସାହୁ ପଖାଳ ପରବ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *