ଓୟୁଏଟି ବୈଷୟିକ କର୍ମଚାରୀ ସଂଘର  ୩୨ ତମ ବାର୍ଷିକ ଅଧିବେଶନ  

ଭୁବନେଶ୍ୱର,୨୪/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓୟୁଏଟି ବୈଷୟିକ କର୍ମଚାରୀ ସଂଘର ୩୨ ତମ ବାର୍ଷିକ ସାଧାରଣ ସଭା ଓୟୁଏଟି ରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଂଘ ର ସଭାପତି ଶ୍ରୀ କୀର୍ତ୍ତି ସୁନ୍ଦର ଦାସ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ର ବିଭିନ୍ନ ସ୍ଥାନର କାର୍ଯ୍ୟରତ ଶତାଧିକ ବୈଷୟିକ କର୍ମଚାରୀ ଉକ୍ତ ଅଧିବେଶନ ରେ ଯୋଗଦାନ କରିଥିଲେ ।

ବୈଷୟିକ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ଏବଂ ସମସ୍ୟାର ନିରାକରଣ କିପରି ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ସଂଘର ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ସର୍ବସମ୍ମତି କ୍ରମେ ହୋଇଥିଲା ।  ଶ୍ରୀ ବନପ୍ରିୟ ମଲ୍ଲିକ ସଭାପତି, ଶ୍ରୀ ମାନସ ରଞ୍ଜନ କର ସାଧାରଣ ସମ୍ପାଦକ, ଶ୍ରୀ ଦିଲ୍ଲୀପ କୁମାର ସାହୁ  ଉପସଭାପତି ଏବଂ ଶ୍ରୀ ଭଗବାନ ରେଡ୍ଡୀ  କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ସଂଘର ଶ୍ରୀ  କୀର୍ତ୍ତି ସୁନ୍ଦର ଦାସ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି । ଆଗାମୀ ଦିନରେ ବୈଷୟିକ କର୍ମଚାରୀ ସଂଘ କିପରି ସୁଦୃଢ ହେବ ସେ ବିଷୟରେ ଉପଦେଷ୍ଟା  ଶ୍ରୀ କୀର୍ତ୍ତି ସୁନ୍ଦର ଦାସ ସମସ୍ତ ସଦସ୍ୟ/ସଦସ୍ୟ। ମାନଙ୍କୁ ଉଦବୋଧନ ଦେଇଥିଲେ ।

Leave a Reply

Your email address will not be published. Required fields are marked *