ଭୁବନେଶ୍ୱର,୧୯/୦୫/୨୦୨୬(ଓଡ଼ିଶା ସମାଚାର)- ବର୍ତମାନ ଓଡ଼ିଶାରେ ଉଠାଦୋକାନୀ ଆଇନକୁ ବେଖାତିର କରି ବିଏମସି କର୍ମଚାରୀମାନେ ଯେଉଁଭଳି ଭାବରେ ଉଠାଦୋକାନ ଉଚ୍ଛେଦ ଚାଲିଛନ୍ତି ତାହାର ପ୍ରତିବାଦରେ ଆସନ୍ତା ମେ ୨୬ ତାରିଖ ଆନ୍ତର୍ଜାତିକ ଉଠାଦୋକାନୀ ବିରୋଧୀ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମର ତିନୋଟି ଜୋନ୍ ଓ ମୁଖ୍ୟ କାର୍ଯ୍ୟାଳୟକୁ ୧୫ ହଜାରରୁ ଅଧିକ ଉଠାଦୋକାନୀମାନେ ଚତୁଃପାଶ୍ୱର୍ରୁ ଘେରାଉ କରିବା ସହିତ ସାରା ଭୁବନେଶ୍ୱରକୁ ଅଚଳ କର ଦିଆଯିବ ବୋଲି ମଙ୍ଗଳବାର ନୟାପଲ୍ଲୀଠାରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ଓ ନିଖିଳ ଉତ୍କଳ ସୁରକ୍ଷା କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନର ଏକ ମିଳିତ ବୈଠକରେ ନିଷ୍ପତି ନିଆଯାଇଛି ।
ନିଷ୍ପତିି ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ୟୁନିଟ୍-୧ ଏବଂ ୟୁନିଟ୍-୨ରୁ ୨ ହଜାର ଉଠାଦୋକାନୀ, ଗୋପବନ୍ଧୁ ଛକରୁ ୧ ହଜର ଉଠାଦୋକାନୀ ମହିଳା ଓ ପୁରୁଷ ଏବଂ ପାୱାର ହାଉସ ଛକରୁ ୧୫ଶହ ଉଠାଦୋକାନୀମାନେ ଆସି ସକାଳ ୯ ଘଟିକାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ । ଏହି କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହସଂଘର ସଭାପତି ପ୍ରତାପ କୁମାର ସାହୁ, ଦାୟିତ୍ୱରେ ରହିବେ ଏବଂ ପୁରୀ କଟକରୁ ଆସୁଥିବା ଦୋକାନୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ ।
ବିଏମସି କାର୍ଯ୍ୟାଳୟକୁ ସିଆରଫି ଛକରୁ ୫୦୦ ମହିଳା, ପୁରୁଷ ଓ କିନ୍ନର ଉଠାଦୋକାନୀ ଏବଂ ଫାୟାର ଷ୍ଟେସନ ଛକରୁ ୧ ହଜାର ଉଠାଦୋକାନୀ ଆସି ଘେରାଉ କରିବେ । ସେଠାରେ ନସ୍କ ବିଭିଏମ୍ ର କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟକାନ୍ତ ପଣ୍ଡା ଙ୍କ ସହ ଅନ୍ୟ କମିଟିର ସଦସ୍ୟମାନେ ଦାୟିତ୍ୱରେ ରହି କାର୍ଯ୍ୟକ୍ରମ ସମ୍ପାଦନ କରିବେ ।
କଳ୍ପନା ବିଏମ୍ସି କାର୍ଯ୍ୟାଳୟକୁ କଳ୍ପନା ଫାୟାର ଷ୍ଟେସନ ଛକରୁ ୮୦୦ ଦୋକାନୀ, ରବି ଟକିଜ ଛକରୁ ୧ ହଜାର ଦୋକାନୀ, ମାଉସୀ ମା’ ମନ୍ଦିର ଛକରୁ ୫୦୦ ଦୋକାନୀ ଘେରାଉ କରିବେ । ସେଠାରେ ମହାସଂଘର କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟମଣି ସାହୁ, ମଞ୍ଜୁ ନାୟକ ଏବଂ ସଭାପତି ନିରଞ୍ଜନ ପାଣ୍ଡେ ଦାୟିତ୍ୱରେ ରହି କାର୍ଯ୍ୟକ୍ରମ ସମ୍ପାଦନ କରିବେ । ବିଏମସିର ମୁଖ୍ୟ କାର୍ଯ୍ୟାଳୟ ଘେରାଉ ସମୟରେ ସାଧାରଣ ସମ୍ପାଦକ ଦୀପକ ମହାପାତ୍ର ଦାୟିତ୍ୱରେ ରହିବେ । ଏହି ବୈଠକରେ ଶରତ ସାହୁ, ସତ୍ୟବ୍ରତ ରାଉତ, ରଶ୍ମିତା ପାତ୍ର, ରମେଶ ଚନ୍ଦ୍ର ବାରିକ, ଏମଡ଼ି ଗୁଜୁରାଲ, ଲକ୍ଷ୍ମୀଧର ପ୍ରଧାନ, ସୁନିଲ୍, ବାରିକ ବାବୁଙ୍କ ସମେତ ବହୁ ଉଠାଦୋକାନୀ ସଂଘର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ ।
ଉଚ୍ଛେଦ ପ୍ରତିବାଦରେ ମେ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବେ ୧୫ ହଜାର ଉଠାଦୋକାନୀ : ମହାସଂଘ
