ଏ ଏମ୍ ଏନ୍ ଷ୍ଟିଲ  ପ୍ଲାଣ୍ଟ ରେ ବିପିଏନଏସଆଇ ର କର୍ମଶାଳା

ପାରାଦ୍ୱୀପ,୨୦/୧୨/୨୦୨୪ (ଓଡ଼ିଶା ସମାଚାର)- ଭାରତ ସରକାର ଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ  ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ପାରାଦୀପ ଠାରେ ଅବସ୍ଥିତ ଆର୍ସେଲର ମିତ୍ତଲ ନିପ୍ପନ୍  ଷ୍ଟିଲ କାରଖାନା ରେ ହାଜାର୍ଡସ ୱେଷ୍ଟ ମ୍ୟାନେଜମେଣ୍ଟ  ସମ୍ବନ୍ଧିତ ଏକ ଦିବସୀୟ କର୍ମଶାଳା ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ  ସହାୟତା ରେ ଆୟୋଜନ କରିଥିଲେ।  ଏଏମ୍ଏନ୍   ପ୍ଲାଣ୍ଟ ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ଶୁରେଶ ଜି. ଏବଂ ଏସପିସିବି ପାରାଦିପ ର ଆଂଚଳିକ ଅଧିକାରୀ ଶ୍ରୀ ପୁଷ୍କର ଚନ୍ଦ୍ର ବେହେରା ସ୍ବାଗତ ଭାଷଣ ଦେଇଥିଲେ।  ଏସପିସିବି, ଓଡିଶାର ଉପ  ପରିବେଶ ବିଜ୍ଞାନୀ  ଶ୍ରୀମତି ଲିତା ସୋରେନ, ଇଂ ଦିବ୍ୟ ଲୋଚନ ମହାପାତ୍ର ଏବଂ ଇଂ ସୌମ୍ୟ କାନ୍ତ ସେଠୀ ଶୈକ୍ଷଣିକ ସଂଦର୍ଭ ମାଧ୍ୟମରେ ହାଜାର୍ଡସ ୱେଷ୍ଟ ମ୍ୟାନେଜମେଣ୍ଟ  ବିଷୟ ରେ ବିସ୍ତୃତ ବିବରଣୀ ଏ ଏମ୍ ଏନ୍ ଏସ୍ ପ୍ଲାଣ୍ଟ ର ଇଂଜିନିୟର ମାନଙ୍କୁ ପଢାଇବା ସଂଗେସଂଗେ ସେମାନଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ।  ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ  କାରଖାନା ର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ଶୁଭେନ୍ଦୁ କୁମାର ଦାସ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର କର୍ମଶାଳା କୁ ଭୂୟସୀ ପ୍ରଶଂସା କରିଥିଲେ। କର୍ମଶାଳାରେ ଉପସ୍ଥିତ ସମସ୍ତ   ଇଂଜିନିୟର ମାନେ ମଧ୍ୟ ଶିକ୍ଷା ଗ୍ରହଣ କରିବା ସାଥେ ସାଥେ ପ୍ରଶଂସା  କରିଥିଲେ।  ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ କାରଖାନା ର ଅଧିକାରୀ  ଦେବଦତ୍ତ ଦାସ ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ  ର ଅଧିକାରୀ  ଇଂ ସତ୍ୟପ୍ରିୟ ଶତପଥୀ କର୍ମଶାଳା ସଂଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *