କେଙ୍ଗାରେ ଇବୋଲା ସଂକ୍ରମଣରେ ୮୦ ମୃତ

ରକ୍ତ, ବାନ୍ତି, ଲାଳ ଦ୍ୱାରା ବ୍ୟାପୁଛି ଭୂତାଣୁ
ନୂଆଦିଲ୍ଲୀ,୧୭/୦୫/୨୦୨୬ (ଓଡ଼ିଶା ସମାଚାର/ଏଜେନ୍ସି)- କେଙ୍ଗାରେ ଇବୋଲା ସଂକ୍ରମଣରେ ୮୦ ମୃତ । କେଙ୍ଗାର ପୂର୍ବ ଇଟୁରି ପ୍ରଦେଶରେ ଇବୋଲା ସଂକ୍ରମଣରେ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ପରୀକ୍ଷିତ ନମୁନାରେ ଇବୋଲା ଭାଇରସର ଆଠଟି ମାମଲା ନିଶ୍ଚିତ ହୋଇଛି । ଇବୋଲା ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ରକ୍ତ, ବାନ୍ତି, ଲାଳ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ ।ଏହା କରୋନା ପରି ବାୟୁବାହିତ ନୁହେଁ । ଏହି ଭାଇରସର ୨୪୬ ଜଣ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି । ସରକାର କହିଛନ୍ତି, ଜନସ୍ୱାସ୍ଥ୍ୟ ଜରୁରିକାଳୀନ ଅପରେସନ୍ କେନ୍ଦ୍ରକୁ ସକ୍ରିୟ କରାଯାଇଛି । ସୀମାପାର ଉପରେ ନଜର ରଖିବା ସହ ପ୍ରସ୍ତୁତି ମୁକାବିଲା ପାଇଁ କେଙ୍ଗା, ଉଗାଣ୍ଡା, ଦକ୍ଷିଣ ସୁଦାନ ଏବଂ ବିଶ୍ୱ ଅଂଶୀଦାରମାନଙ୍କ ସହିତ ଏକ ଜରୁରୀ ବୈଠକ ଡକାଯାଇଛି ।

Leave a Reply

Your email address will not be published. Required fields are marked *