ବିଜେପି ନେତାଙ୍କ ନାଁରେ ସଙ୍ଗୀନ ଦଫାରେ ରୁଜ୍ଜୁ ହେଲା ମାମଲା, ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ 

କଟକ ସଦର, ୧୭/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ଶୁକ୍ରବାର ଦିନ କଟକ ଜିଲ୍ଲାର ଟାଙ୍ଗୀ ବ୍ଲକରେ ଅବାଧ ପ୍ରବେଶ କରି ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଧମକଚମକ ଦେଵା, ଜୀବନରୁ ମାରିଦେବାକୁ ଧମକ ଦେବା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ସରକାରୀ ଆସବାବପତ୍ର ଭଙ୍ଗାରୁଜା କରିବା ଅଭିଯୋଗରେ ଆଜି ରବିବାର ଦିନ ଟାଙ୍ଗୀ ଥାନାରେ ଟାଙ୍ଗୀ- ସାଲେପୁର ର ପରାଜିତ ବିଜେପି ନେତା ଅରିନ୍ଦମ ରାୟ ଓ ଆଠଗଡ଼ ର ପରାଜିତ ବିଜେପି ନେତା ଅଭୟ ବାରିକଙ୍କ ସହିତ ୯୦ ରୁ ୧୦୦ ଜଣଙ୍କ ନାଁରେ ନଂ ୨୫୮/୨୦୨୬ ରେ ଏଵଂ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ଗତକାଲି ଶନିବାର ଦିନ ଏ ସମ୍ପର୍କରେ ବିଜେଡ଼ି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଆଜି ଅତିରିକ୍ତ ଵିଡିଓ ଶାଶ୍ୱତ ଜେନା ଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ  ମାମଲା ରୁଜୁ ହୋଇଥିବା ଜଣାଯାଇଛି। ତେବେ ଉକ୍ତ ଘଟଣାରେ ବିଜେପି ନେତାଙ୍କ ଅଡୁଆ ବଢ଼ିବାକୁ ଯାଉଥିଲା ବେଳେ କାର୍ଯାନୁଷ୍ଠାନ କୁ କେବଳ ଅପେକ୍ଷା ରହିଛି। ସୂଚନାଯୋଗ୍ୟ ଯେ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା କାଲି ସୋମବାର ଠାରୁ ବିଜେଡି ପକ୍ଷରୁ ଟାଙ୍ଗୀ ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯିବ ବୋଲି ସୂଚନା ମିଳିଛି।

 

 

Leave a Reply

Your email address will not be published. Required fields are marked *