ଭୁବନେଶ୍ୱର,୧୭/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଇଣ୍ଡିଆନ୍ ବ୍ୟାଙ୍କ, ଏଫ୍ଜିଏମ୍ଓ ଭୁବନେଶ୍ୱର ପକ୍ଷରୁ ଓଡିଶା ଏବଂ ଛତିଶଗଡଠାରେ ଏହାର କାର୍ଯ୍ୟକ୍ଷେତ୍ର ଅନ୍ତର୍ଗତ ଏକ ମେଗା ରିଟେଲ୍ ଏବଂ ଏମ୍ଏସ୍ଏମ୍ଇ ଡିସବର୍ସମେଣ୍ଟ ଓ ଆଉଟ୍ରିଚ୍ ଶିବିରର ଆୟୋଜନ କରାଯାଇଥିଲା । ଏହି ଅଭିଯାନଟି ଇଣ୍ଡିଆନ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ (ରିଟେଲ ଆସେଟ୍ ଏବଂ ଏମ୍ଏସ୍ଏମ୍ଇ) ସୁଜୟ ମଲ୍ଲିକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମଟି ହାଇବ୍ରିଡ୍ ମୋଡ୍ରେ ଆୟୋଜିତ ହୋଇଥିବା ବେଳେ ଏଫ୍ଜିଏମ୍ଓ ଭୁବନେଶ୍ୱର ନେଟ୍ୱର୍କ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଗ୍ରାହକ ଓ ବ୍ୟାଙ୍କ ଅଧିକାରୀମାନେ ଉଭୟ ଫିଜିକାଲ ଓ ଭର୍ଚୁଆଲ ମୋଡ୍ରେ ଉପସ୍ଥିତ ଥିôଲେ । ଏହି ପଦକ୍ଷେପଟି ବ୍ୟାଙ୍କର ରିଟେଲ୍, କୃଷି ଏବଂ ଏମ୍ଏସ୍ଏମ୍ଇ (ରାମ୍) କ୍ଷେତ୍ରରେ ନିଜର ଉପସ୍ଥିତିକୁ ସୁଦୃଢ କରିବା ସହିତ ଗ୍ରାହକ-କୈନ୍ଦ୍ରିକ ବ୍ୟାଙ୍କିଙ୍ଗ୍ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ଆୟୋଜିତ ହୋଇଥିଲା ।
ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ଶ୍ରୀ ମଲ୍ଲିକ ରିଟେଲ୍ ଏବଂ ଏମ୍ଏସ୍ଏମ୍ଇ ଗ୍ରାହକମାନଙ୍କୁ ସମୟୋପଯୋଗୀ ଏବଂ ସହଜ ଋଣ ସହାୟତା ପ୍ରଦାନ କରିବା ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହିତ ସେହି ଅଞ୍ଚଳର ଆର୍ଥିକ ବିକାଶ ଓ ଉଦ୍ୟୋଗିକତା ସୃଷ୍ଟି ଦିଗରେ ବ୍ୟାଙ୍କର ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଡିଜିଟାଲ ନବୀନତାରେ ଭୁମିକା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ ଯାହା ବ୍ୟାଙ୍କିଙ୍ଗ୍ କାର୍ଯ୍ୟକୁ ଅଧିକ କାର୍ଯ୍ୟକ୍ଷମ କରିବା ସହିତ ଗ୍ରାହକ ଅନୁଭବକୁ ଉନ୍ନତ କରୁଛି । ଏହି ଆଉଟ୍ରିଚ୍ ଶିବିରକୁ ଗ୍ରାହକ ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ତରଫରୁ ଉତ୍ସାହଜନକ ସମର୍ଥନ ମିଳିଥିଲା ଯାହା ଇଣ୍ଡିଆନ୍ ବ୍ୟାଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଗ୍ରାହକ ସଶକ୍ତିକରଣ ଓ ସ୍ଥାୟୀ ବିକାଶ ପ୍ରତି ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଛି ।
