ଜଗତସିଂହପୁର ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ପାଳିତ

ଜଗତସିଂହପୁର, ୩୧/୦୮/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଜଗତସିଂହପୁର ପୌର ପରିଷଦ ଆନୁକୂଲ୍ୟ ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ  ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ ଦୀର୍ଘ  ବର୍ଷ ଧରି ପୌର ପରିଷଦ ଜନସାଧାରଣ ଙ୍କୁ ସେବା ଯୋଗାଇଆସୁଛି।

ଯେଉଁ ଥିରେ ରାଜ୍ୟ ତଥା ନଗର ଉନୟନ ବିଭାଗ ଦ୍ଵାରା ଆଦର୍ଶ କଲୋନୀ, ମିଶନ ଶକ୍ତି ଗୃହ, ଶିଶୁ ଉଦ୍ୟାନ, ଉଜ୍ଜ୍ୱଳ ଆଲୋକୀକରଣ, ଉଠା ଦୋକାନୀ ଙ୍କ ପାଇଁ ଭେଣ୍ଡିଂ ଜୋନ, ଏମ ସି ସି, ଏମ ଆର ଏଫ, ସମାଜ କଲ୍ୟାଣ ନିମନ୍ତେ ଭତ୍ତା ଆଦି ଯୋଗାଇଦିଆ ଯାଇଛି। ତେଣୁ ସମସ୍ତଙ୍କ ର ମିଳିତ ସହଯୋଗ ରେ  ସରକାର ଙ୍କ ଜନ କଲ୍ୟାଣ ଯୋଜନା ଦ୍ବାରା ଜଗତସିଂହପୁର ଏକ ଆଦର୍ଶ ପୌରପରିଷଦ ରେ ପରିଣତ ହୋଇ ପାରିବ ବୋଲି ସେ ଦୃଢୋକ୍ତି ବାଢ଼ିଥିଲେ। ପରିମଳ ବ୍ୟବସ୍ଥା କୁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ପୌର ପ୍ରଶାସନ ପକ୍ଷରୁ ସହର ରେ ସ୍ୱଚ୍ଛତା ନିମନ୍ତେ ନିଆ ଯାଇଥିବା ପଦକ୍ଷେପ ର ପ୍ରଶଂସା କରିବା ସହ ଆଗାମୀ ଦିନରେ ଆଇନଗତ ସ୍ୱଚ୍ଛ ଓ ପରିମଳ ଜଗତସିଂହପୁର ଗଠନ ଦିଗରେ ସମସ୍ତଙ୍କ ସହଭାଗିତା କାମନା କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ସ୍ୱଚ୍ଛ ମାନସିକତା ହିଁ ସ୍ୱଚ୍ଛ ସମାଜ ଗଠନ ରେ ସହାୟକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏସ ଡି ପି ଓ ଶ୍ରୀ ଅଜିଙ୍କ୍ୟ ମାଣେ ପୌରାଞ୍ଚଳର ପରିବେଶକୁ ସୁସ୍ଥ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଥିଲେ।

ସଭାରେ ଅଧ୍ୟକ୍ଷତା କରି ପୌରଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ  ଜଗତସିଂହପୁର  ପୌର ପରିଷଦ ର ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ବିଷୟ ରେ କହିଥିଲେ। ଆଗକୁ ସରକାର ଙ୍କ ର ବିଭିନ୍ନ ଯୋଜନା କୁ କାର୍ଯ୍ୟକାରୀ କରି ନୂତନ ପ୍ରୋଜେକ୍ଟ ମାଧ୍ୟମ ରେ ଏକ ସ୍ମାର୍ଟ ପୌରାଞ୍ଚଳ ଗଠନ  ଓ ବିକାଶର ଶୀର୍ଷ ରେ ପହଞ୍ଚାଇବା ନିମନ୍ତେ ଉଦ୍ୟମ କରିବାକୁ ସେ ସମସ୍ତ ପୌର ବାସୀ ଙ୍କ ସହଯୋଗ କାମନା କରିଥିଲେ ।  ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ।

 ପରେ ବର୍ତ୍ତମାନର ସମସ୍ତ ପାରିଷଦ ମାନଙ୍କୁ ଅତିଥି ବୃନ୍ଦ ଏବଂ ପୌରାଧ୍ୟକ୍ଷା ସମ୍ମାନିତ କରିଥିଲେ । ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପୌର ପରିଷଦର ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଓ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ ତଥା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ତଥା ସମ୍ମାନିତ ଅତିଥି ବର୍ଗ ପୁରସ୍କୃତ କରିଥିଲେ ।

ଶେଷରେ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜି ପ୍ରାତଃ ୪ଘ ୩୦ ମି ସମୟ ରେ ଜଗତସିଂହପୁର ପୌର ପରିଷଦ ପକ୍ଷରୁ ପୌରାଞ୍ଚଳ ରେ ରାମ ଧୂନ୍ ପରିବେଷଣ କରାଯାଇଥିଲା। ଦିବା ୭ ଘଟିକା ସମୟରେ ପୌରାଞ୍ଚଳ ରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୌର ଅଧ୍ୟକ୍ଷା ଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା ।ଦିବା ୮ .୧୫ ମି ସମୟରେ ପୌରପରିଷଦ ପରିସରରେ ଅଧ୍ୟକ୍ଷାଙ୍କଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା ।

ପରେ ତର୍ତଙ୍ଗ ସ୍ଥିତ ବୃଦ୍ଧାଶ୍ରମ ରେ ଉତ୍ତରୀୟ ଓ ଫଳ ବଣ୍ଟନ, ଏବଂ ଶିଶୁ ଆଶ୍ରମ ଓ ଆଶ୍ରା ସ୍ଵତନ୍ତ୍ର ବିଦ୍ୟାଳୟ ର ଅନ୍ତେବାସୀ ଙ୍କୁ ଖାତା ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏଥି ସହିତ ସପ୍ତାହ ବ୍ୟାପୀ ବିଭିନ୍ନ ୱାର୍ଡରେ ବୃକ୍ଷରୋପଣ , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତପ୍ରସ୍ତର ସ୍ଥାପନ ଏବଂ ଜାତୀୟ କ୍ରୀଡା ଦିବସ ରେ ପାରିଷଦ ମାନଙ୍କ ମଧ୍ୟରେ ଚେସ, କ୍ୟାରମ୍, ମ୍ୟୁଜିକ ଚେୟାର , ଅନ୍ତାକ୍ଷରି ସହ ବଡାଖାନା  ଆଦି  ଆୟୋଜିତ ହୋଇଥିଲା।

ପୌର ପରିଷଦ କାର୍ଯ୍ୟଳୟ ରେ ଥିବା ନବକୃଷ୍ଣ ଚୌଧୁରୀ ପାଠାଗାର ର ଉପର ମହଲା ନିମନ୍ତେ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଶିଳାନ୍ୟାସ କରିଥିଲେ।ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆୟୋଜିତ ସଭାର ପ୍ରାରମ୍ଭରେ କ୍ରିଷ୍ଣା କଲଚରାଲ ଗ୍ରୁପ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏହି ସଭାରେ ପୌର ପରିଷଦ ର ସମସ୍ତ ପାରିଷଦ ବର୍ଗ, ସହର ର ବୁଦ୍ଧଜୀବୀ, ଆଇନଜୀବୀ, ବିଦ୍ୟାଳୟ ମହାବଦ୍ୟାଳୟ ର ଛାତ୍ର ଛାତ୍ରୀ, ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ପୌର ପରିଷଦର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *