କଟକ ୦୪/୦୯/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା) ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅଭୀପସାର ୨୯ତମ ଶ୍ରୀରାଧା କୃଷ୍ଣ ବେଶ ପ୍ରତିଯୋଗୀତା ,ଶୈଲଜା ଜନ୍ମୋତ୍ସବ,କବି ବଟକୃଷ୍ଣ ନାୟକ ସ୍ମୃତି ପୁରସ୍କାର ପବିତ୍ର ଜନ୍ମାଷ୍ଟମୀ ଅବସରରେ କଟକ ଵାଖରାଵାଦସ୍ଥିତ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସୁଲତା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ସୁଲତା ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।
ସଭାରେ ଅଭୀପସାର ପ୍ରତିଷ୍ଠାତା ସମ୍ପାଦକ ସଂଗ୍ରାମ କେଶରୀ ନାୟକ ଅଧ୍ୟକ୍ଷତା କରିଥିଲେ। ଡାକ୍ତର ରବିରଞ୍ଜନ ସାହୁ , ଅଧ୍ୟାପକ କିଶୋର ଚନ୍ଦ୍ର ଦାସ , ଅଭିଷେକ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଶ୍ରୀ ରାଧାକୃଷ୍ଣ ବେଶର କୃତି ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ସର୍ବଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
