ଗରଦପୁର ୧୬/୦୫/୨୦୨୬ (ଓଡ଼ିଶା ସମାଚାର)- ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ତେଣ୍ଡାକୁଡା ଫଜଲ୍ ହକ୍ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭ ଲକ୍ଷ୍ମୀ ନାୟକ ଏ୧ ଗ୍ରଡ୍ ପାଇ ଉତ୍ତୀର୍ଣ୍ଣ ହୋଇ ଆମ ଅଞ୍ଚଳର ଗୌରବ ଆଣି ଥିବାରୁ ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ , ବସନ୍ତପୁର ତରଫରୁ ତାଙ୍କୁ ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ଡଃ. ରୁଦ୍ର ମହାନ୍ତି , ପୁର୍ବତନ ସରପଞ୍ଚ ରବୀନ୍ଦ୍ର ମହାପାତ୍ର ,ଚଣ୍ଡି ପ୍ରସାଦ ମହାନ୍ତି , ସ୍ୱରୂପ ମହାନ୍ତି ,ଅଂଶ୍ଵିନି ରାୟ, ରଂଜିତ ମହାନ୍ତି, ଧିରେନ ମହାରାଜ, ଯଦୁନାଥ ଦାଶ, ସଂଯୁକ୍ତା ବିଶ୍ୱାଳ, କମଲ ମହାନ୍ତି ପ୍ରମୁଖ ସାଇ ମନ୍ଦିର ରେ ଉପସ୍ଥିତ ଥିଲେ ।
ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀ ନାୟକ ସମ୍ବର୍ଦ୍ଧିତ
