କଟକ ସଦର,୧୫/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ତେଲ ଟାଙ୍କି ମାଲିକ ମାନେ ଅଧିକ ମୂନାଫା ପାଇଁ କୃତ୍ରିମ ଅଭାବ ସୃଷ୍ଟି କରୁଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏଭଳି ଅବସ୍ଥା ଆଜି ଶୁକ୍ରବାର ଦିନ କଟକ ସହର ଓ ଗ୍ରାମାଞ୍ଚଳ ମାନଙ୍କରେ ପରିଲକ୍ଷିତ ହୋଇଛି। ଏଥିପାଇଁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଆଜି ଆକ୍ସନ ମୁଡ଼୍ କୁ ଆସିଥିବା ଜଣାପଡିଛି। ଜିଲାପାଳ କଟକ ସହରର ବିଭିନ୍ନ ଟାଙ୍କିରେ ଚଢ଼ାଉ କରି ତେଲ ଗଚ୍ଛିତ ଥିବା ଜାଣିବାକୁ ପାଇଥିଲେ।
ତୁରନ୍ତ ଲୋକମାନଙ୍କୁ ତେଲ ଦେଇ ସ୍ଵାଭାବିକ କରିବାକୁ କହି ଆଗାମୀ ଦିନରେ ଏଭଳି ଅବସ୍ଥା ସୃଷ୍ଟି ନକରିବାକୁ ତାଗିଦ୍ କରିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଉପରେ ଏହିଭଳି ଚଢ଼ାଉ ଅଭିଯାନ ଜାରି ରଖିବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।
