ଭୁବନେଶ୍ୱର,୨୫/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସହୃଦୟତା, ଅପୂର୍ଣ୍ଣତା ଓ ନିର୍ଭୀକତା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପାୟୀଜୀଙ୍କ କବିତ୍ୱ୍ୱର ମୂଳମନ୍ତ୍ର |ସେ ରାଜନୀତି ଓ ସାହିତ୍ୟସାଧନାକୁ ପୃଥକ ଭାବେ ଲକ୍ଷ୍ୟ କରୁଥିଲେ । ତାଙ୍କ କବିତା ଲୋକଙ୍କ ହୃଦୟରେ ଗୁଞ୍ଜରିତ ହେଉଛି ବୋଲି ଅତିଥିମାନେ ମତ ଦେଇଛନ୍ତି ।
ଆଜି ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାକକ୍ଷରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ “ସାହିତ୍ୟ ମାସିକୀ ” ରେ ବିଦ୍ୟୁତପ୍ରଭା ଗନ୍ତାୟତଙ୍କ ଦ୍ୱାରା ବାଜାପାୟୀଙ୍କ କବିତାର ଅନୁବାଦ ପୁସ୍ତକ”କବିତା ଅଟଳ” ପାଠକାର୍ପଣ କାର୍ଯ୍ୟକ୍ରମରେ ଶିକ୍ଷାବିତ ତଥା ନାଟ୍ୟକାର ପୂର୍ଣ୍ଣ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
କବି ବିଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ପ୍ରାବନ୍ଧିକା ଡ଼. ସଂଘମିତ୍ରା ଭଞ୍ଜ କବିତାଗୁଡିକ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ଅନୁଵାଦକା ମଧ୍ୟ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ ।
ଶେଷରେ ବୀଣାପାଣି ମିଶ୍ର ଓ ମଧୁମିତା ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଧ୍ରୁବ ଚରଣ ସେଠୀ, ଚନ୍ଦନ ସିଂ, ଚିତ୍ତରଞ୍ଜନ ବର୍ମା, ଶ୍ରୀମନ୍ତ ନନ୍ଦ, ମିହିର କୁମାର ରଥ ଶର୍ମା, ବିଜୟ ମଲ୍ଲିକ, ପ୍ରଦ୍ୟୁମ୍ନ ପଟ୍ଟନାୟକ, ଆର୍ତବନ୍ଧୁ ଦାସ, ପ୍ରହରାଜ ଜୟନାରାୟଣ ନନ୍ଦ, ନିରଞ୍ଜନ ମିଶ୍ର, ଘନ ବିହାରୀ ମହାରଣା, ଶ୍ୟାମାକିଙ୍କର ମହାନ୍ତି, ଅରୁଣ ଡାକୁଆ, ସୁବ୍ରତ ରଥ, ମନମୋହନ ମିଶ୍ର, ପ୍ରଦୀପ୍ତ ବାରିକ, ସନ୍ତାପ ଜେନା, ପ୍ରମୋଦ ପ୍ରଧାନ ପ୍ରମୁଖ ସ୍ୱରଚିତ ଲେଖା ପାଠ କରିଥିଲେ । ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
-0-
ରକ୍ଷକ ନାୟକ ,କାର୍ଯ୍ୟକାରୀ ସଭାପତି ଙ୍କ ସୌଜନ୍ୟ ରୁ
