ଏବିଭିପି ତରଫରୁ ରକ୍ଷା ବନ୍ଧନ 

ଭୁବନ ୨୭/୦୮/୨୦୨୬ (ଓଡ଼ିଶା ସମାଚାର)-ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ , ଭୁବନ ନଗର ଶାଖା ପକ୍ଷରୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପୋଲିସ ଷ୍ଟେସନ, ଅଗ୍ନିଶମ କେନ୍ଦ୍ର ଓ ବନ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରି ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଥିଲା।

ସମାଜ ଓ ଦେଶର ସୁରକ୍ଷା ପାଇଁ ନିରନ୍ତର ସେବା ଓ ତ୍ୟାଗ କରୁଥିବା ଆମର ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ରକ୍ଷା ବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଚିନ୍ମୟୀ ପ୍ରଧାନଙ୍କ ନେତୃତ୍ୱରେ ସାଥୀ କାର୍ଯ୍ୟକର୍ତ୍ତା କ୍ଷୀରୋଦିନି ବାରିକ୍, ସ୍ୱାତୀ, ନିକି, ବର୍ଷା ଙ୍କ ସହ ଛାତ୍ର ନେତା ପ୍ରୀତିରଞ୍ଜନ ସାହୁ, ବିଶ୍ୱଜିତ୍ ବେହେରା, ପ୍ରଶାନ୍ତ ଦାସ, ସୋୟମ ଓ ସତ୍ୟ ଯୋଗଦେଇଥିଲେ।

ରାକ୍ଷୀର ଏହି ପବିତ୍ର ବନ୍ଧନ ସମାଜରେ ଭାଇଚାରା, ସୁରକ୍ଷା ଓ ସେବାର ଭାବନାକୁ ଆହୁରି ମଜବୁତ କରିବାର ପ୍ରୟାସ କୁ ସମସ୍ତେ ପ୍ରଶଂସା କରିବା ସହ ଵିଦ୍ୟାର୍ଥୀ ପରିଷଦ କୁ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *