କଟକ,୨୭/୦୧/୨୦୨୬ (ଓଡ଼ିଶା ସମାଚାର/ ଅଭୟ ଜେନା) କଟକ ନଗର ରଜକ ସମିତି ପକ୍ଷରୁ ସଭାପତି ବିକ୍ରମ ସେଠୀଙ୍କ ସଭାପତିତ୍ବରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସରେ ମୁଖ୍ୟ ଉପଦେଷ୍ଟା ସୁଦର୍ଶନ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସ୍କୁଲ ଛାତ୍ରୀମାନଙ୍କୁ ନେଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।
ସମିତିର ସାଧାରଣ ସମ୍ପାଦକ ମଜୁରୀ ସେଠୀ, ପୂର୍ବତନ ସମ୍ପାଦକ ରଣଜୀତ ସେଠୀ, ସମାଜସେବୀ ସୁକାନ୍ତ ସେଠୀ, ଶଙ୍କର୍ଷଣ ସେଠୀ, ଦିବାକର ସେଠୀ, ଜଗନ୍ନାଥ ସେଠୀ, ଲକ୍ଷ୍ମୀଧର ସେଠୀ,ନିର୍ମଳ ସେଠୀ, ଅଜୟ ସେଠୀ,ଭରତ ସେଠୀ,ମିହିର ସେଠୀ, ସୁକାନ୍ତ ସେଠୀ,ଗୋରା ଚାନ୍ଦ ସେଠୀ ଓ ଦେଵ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ସାଧାରଣତନ୍ତ୍ର ଦିବସ ଉପରେ ଆଲୋକପାତ କରିଥିଲେ ଏବଂ କୁନିକୁନି ପିଲାମାନଙ୍କୁ ଚକୋଲେଟ , ମିଷ୍ଟାନ୍ନ ଓ ବିସ୍କୁଟ ବଣ୍ଟନ କରିଥିଲେ।
ସେହିପରି କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ପରିଷଦର ସଭାପତି ସୁକାନ୍ତ ସେଠୀ କଟକ ମହାନଗର ନିଗମ ୫୬ନମ୍ଵର ଓ୍ୱ।ର୍ଡ ଅନ୍ତର୍ଗତ ବାଲିକୁଦା ଜାତୀୟ ରାଜପଥ ପାର୍ଶ୍ବ ମୁଖ୍ୟ କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ବିଧାନର ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଉପରେ ସୂଚନା ଦେଇଥିଲେ । ଏହି ପବିତ୍ର ଦିବସରେ ଅଟଳ କିଶୋର ଜେନା,ରବିନ୍ଦ୍ର ବେହେରା,ଅନୀମା ନାୟକ, ରମାକାନ୍ତ ସେଠୀ , ପ୍ରବୋଧ ମଲ୍ଲିକ ଓ ଚୁମକୀ ସେଠୀଙ୍କ ସମେତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
