କବି ପ୍ରତାପ ମହାପାତ୍ରଙ୍କୁ ରାଜ୍ୟସ୍ତରୀୟ ଗୋରେଖନାଥ ସମ୍ମାନ     

ରଘୁନାଥପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ସାଦେଇପୁର ପଂଚାୟତର ରାଉତନୂଆଗାଁ ଗ୍ରାମର ଆଇନଜୀବି ତଥା କବି ପ୍ରତାପ କୁମାର ମହାପାତ୍ରଙ୍କୁ ଗୋରେଖନାଥ ପୀଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାବା ଗୋରେଖନାଥ ସାହିତ୍ୟ ସମ୍ମିଳନୀରେ ଗୋରେଖନାଥ ସାହିତ ସମ୍ମାନରେ ସମ୍ମାନିତ କରାଯାଇଥିଲା  । ଏହି ଉତ୍ସବରେ ମୁଖ୍ୟଅତିଥି ସ୍ୱତନ୍ତ୍ର ଶାସନ ସଚିବ ତଥା ସାହିତି୍ୟକ ନିହାର ରଞ୍ଜନ ଦାସ, ସମ୍ମାନିତ ଅତିଥି  ସାହିତି୍ୟକ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ, କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ସଂଗ୍ରାମକେଶରୀ ସାମନ୍ତରାୟ କବି ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ  । ଶ୍ରୀ ମହାପାତ୍ର ଅନେକ ଗୁଡିଏ ପୁସ୍ତକ ରଚନା କରି ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି  । ତାଙ୍କର ଉଚ୍ଚ କୋଟିର କବିତା ଗୁଡିକ ପାଠକୀୟ ଆଦୃତି ଲାଭ କରିଅଛି  ।

Leave a Reply

Your email address will not be published. Required fields are marked *