ଖାଲି ପଡ଼ିବାର ଆଠଦିନ ପରେ କିଶନନଗର ଡାକ୍ତରଖାନାରେ ଡେପୁଟେସନରେ ଯୋଗ ଦେଲେ ଡାକ୍ତର ସୁଜିତ୍ ମିଶ୍ର 

କଟକ ସଦର,୧୪/୦୫/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କିଶନନଗର ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିରବଚ୍ଛିନ୍ନ ଭାବେ ଚିକିତ୍ସା ସେବା ଯୋଗାଇ ଆସୁଥିବା ଡ଼ଃ ଵଞ୍ଜୁ ମାରାଣ୍ଡିଙ୍କୁ ଅଚାନକ ତରବରିଆ ଭାବେ ଗତ ୭ ତାରିଖରେ ଡେପୁଟେସନରେ ହାଇକୋର୍ଟ ଡିସପେନ୍ସାରୀକୁ ବଦଳି କରିଦିଆଯାଇଥିଲା।

ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ଗୁରୁତ୍ୱ ଦେଇ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲାପରେ  ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଅବସ୍ଥାପିତ ଡ଼ଃ ସୁଜିତ୍ କୁମାର ମିଶ୍ର ଙ୍କୁ ଏଠାରେ ଡେପୁଟେସନରେ ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ଅବସ୍ଥାପିତ କରାଯାଇଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଡ଼ଃ ମିଶ୍ର ଆଜି ଗୁରୁବାର ଦିନ ଆଠଦିନ ହେଲା କିଶୋରନଗର ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ପଦବୀରେ ଯୋଗଦାନ କରିଛନ୍ତି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇବା ସହିତ ଡ଼ଃ ମିଶ୍ରଙ୍କୁ ସ୍ବାଗତ କରାଯାଇଛି। ହେଲେ ଡାକ୍ତରଖାନାର ଗୁରୁତ୍ୱ ଦୃଷ୍ଟିରୁ ଏଠାରେ ଜଣେ ପୂର୍ଣ୍ଣ କାଳୀନ ଡାକ୍ତର ନିଯୁକ୍ତି କରିବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ଗତ ୧୦ ତାରିଖ ରେ ଡାକ୍ତର ନିଯୁକ୍ତି ପାଇଁ ‘ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।

ଡାକ୍ତରଙ୍କ ଅଚାନକ ବଦଳି ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଆନ୍ଦୋଳନକୁ ଓହ୍ଲାଇବେ ଲୋକେ

Leave a Reply

Your email address will not be published. Required fields are marked *