କଟକ ସଦର,୧୦/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କିଶନନଗର ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ସେବା ଯୋଗାଉଥିବା ଏକମାତ୍ର ଡାକ୍ତର ଵଞ୍ଜୁ ମାରାଣ୍ଡିଙ୍କୁ ଅଚାନକ ବଦଳି କରାଯାଇଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଏଥିପାଇଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଏହାର ପ୍ରତିବାଦରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି। ଏଥିପାଇଁ ଆଜି ରବିବାର ସଂଧ୍ୟାରେ କିଶନନଗର ବଜାରରେ ଥିବା ହନୁମାନ ବାଟିକା ନିକଟରେ କମ୍ୟୁନିଷ୍ଟ ନେତା ରାଜକିଶୋର ମଲ୍ଲିକଙ୍କ ଆବାହକତ୍ୱରେ ଏକ ପ୍ରତିବାଦ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ କଂଗ୍ରେସ ନେତା ଦିଲିପ ମହାନ୍ତି, ବିଜେଡ଼ି ନେତା ବିଳାସ ମଲ୍ଲିକ, କମଳାକାନ୍ତ ନାୟକ, ସୁରେଶ ଚନ୍ଦ୍ର ବିଶୋଇ,ସତ୍ୟସିଦ୍ଧାନ୍ତ ଦାଶ, ଵିଜୟ ମଲ୍ଲିକ,ନିରାକାର ନାୟକ,ଗଗନ ବିହାରୀ ମହାପାତ୍ର, ଭାଗିରଥି ଭୋଇ, ଶିଵ ନାରାୟଣ ନାୟକ, ବୁଦ୍ଧଦେବ ଭୋଇ, ପ୍ରକାଶ ମହାପାତ୍ର ପ୍ରମୁଖ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ମେଲ୍ ଯୋଗେ ପଠାଯାଇଥିବା ଜଣାପଡିଛି। ସ୍ୱାସ୍ଥ୍ୟ ସେବା ଅଧିକ ବିଗିଡିଵା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
