ସୁଜନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର  ଅନୁଷ୍ଟିତ ।

ଯାଜପୁର,୨୮/୯/୨୦୨୪ (ଓଡ଼ିଶା ସମାଚାର ସୁରେଶ କୁମାର କର ) – ଭାରତ ସରକାର ଦ୍ବାରା ପରିଚାଳିତ ଆୟଷ୍ମାନ ଆରୋଗ୍ୟ ଶିବିର କାର୍ଯକ୍ରମ ଜରିଆରେ  ଆଜି ସୁଜନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ  ପରିସରରେ   ଏକ ମାଗଣା ସ୍ୱାସ୍ଥ୍ୟ ଶିବିର  ଅନୁଷ୍ଟିତ ହୋଇଯାଇଛି । ପ୍ରତି ମାସ ଶେଷ ଗୁରୁବାର ରେ ହେବାକୁ ଥିବା  ଏହି ପ୍ରଥମ ଶିବିର କୁ ସୁଜନପୁର ପଂଚାୟତ ସରପଂଚ ବିଷ୍ଣୁପ୍ରିୟା ମହାକୁଡ, ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶ୍ୱେତା ସୁତାର  ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ସୁଜନପୁର ପଂଚାୟତ ସମିତି ନାରାୟଣ ଜେନା , ନାଏବ ସରପଞ୍ଚ ମନରୋମା  ଦାସ ଓ ଅନ୍ୟ ସ୍ଥାନୀୟ ପ୍ରତିନିଧି  ଯୋଗ ଦେଇ ସହଯୋଗ କରିଥିଲେ । ଏହି ଶିବିରରେ ରୋଗୀ ମାନଙ୍କ ମାଗଣାରେ ରକ୍ତ ପରୀକ୍ଷା ସହ ଔଷଧ ପ୍ରଦାନ କରାଯାଇଥିଲା ।

ପ୍ରାଥମିକ କେନ୍ଦ୍ର ଡାକ୍ତର ଶ୍ୱେତା ଙ୍କ ସହ  ଫାର୍ମାସିଷ୍ଟ  ପୂର୍ଣ୍ଣଚନ୍ଦ୍ର ଦାଶ, ଡାକ୍ତର ସଞ୍ଜୟ କୁମାର ଦାଶ  ରୋଗୀ ଚିକିତ୍ସା ରେ ସହଯୋଗ କରିଥିବା ବେଳେ ଏଲଟି ଗାୟତ୍ରୀ ଦଳ୍ଲାଇ ରକ୍ତ ନମୂନା ସଂଗ୍ରହ କରି  ରକ୍ତ ରିପୋର୍ଟ ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ ଆଶା , ଏଏନ୍ଏମ  ଙ୍କ ସହ କୁଳମଣି ମହାନ୍ତି  , ଶ୍ୟାମସୁନ୍ଦର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।  ସ୍ଥାନୀୟ ଅଞ୍ଚଳ ରୁ ବହୁ ରୋଗୀ ଏହି ଶିବିର ରୁ ଲାଭ ନେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *