ମହାକାଳପଡ଼ା,୧୧/୦୫/୨୦୨୬ (ଓଡ଼ିଶା ସମାଚାର)-ମହାକାଳପଡ଼ା ବ୍ଲକରେ ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ ସମସ୍ୟା ଓ ଅଭିଯୋଗଗୁଡ଼ିକୁ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ।
ଆଜିର ଶିବିରରେ ମୋଟ ୨୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ, ସେଥିମଧ୍ୟରୁ ୨୧ଟି ବ୍ୟକ୍ତିଗତ ଏବଂ ୦୫ଟି ସାମୂହିକ ଅଭିଯୋଗ ଥିଲା। ତଦ୍ମଧ୍ୟରୁ ୨ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା ଏବଂ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକୁ ଶୀଘ୍ର ନିଷ୍ପତ୍ତି ପାଇଁ ସମ୍ପର୍କିତ ବିଭାଗକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଏହି ଶିବିରରେ ଜିଲ୍ଲାପାଳ ରଘୁରାମ ଆର. ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଏବଂ ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ) ସରୋଜ କୁମାର ବେହେରାଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ପୂର୍ବରୁ ମହାକାଳପଡ଼ା ବ୍ଲକରେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରର ଅଭିଯୋଗଗୁଡ଼ିକର ସମୀକ୍ଷା ମଧ୍ୟ କରିଥିଲେ।
