କଟକ ସଦର,୦୯/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଵିକଶିତ ଭାରତ ସଂକଳ୍ପ ଯାତ୍ରା’ ରଥ ଦେଶ ସାରା ପରିକ୍ରମା କରି ସଚେତନତା ସୃଷ୍ଟି କରୁଥିବା ପରିପ୍ରେକ୍ଷୀରେ ଆଜି ଶନିବାର ଦିନ କଟକ ସଦର ଅନ୍ତର୍ଗତ ଉତରକୁଳ ପଞ୍ଚାୟତରେ ପରିକ୍ରମା କରିଛି। ଏଥିପାଇଁ ଉତରକୁଳ ସରପଞ୍ଚ ସୁଵାସିନୀ ବେହେରାଙ୍କ ନେତୃତ୍ବରେ ଶତାଧିକ ମହିଳା ଅଭୂତପୂର୍ବ ଭାବେ ଏକଜୁଟ ହୋଇ ସଂକଳ୍ପ ରଥକୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସ୍ୱାମୀ କଟକ ସଦର ଵିଜେପି ନେତା ତଥା କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରାଙ୍କ ପାଇଁ ପତ୍ନୀ ସୁଵାସିନୀଙ୍କ ଏତାଦୃଶ କାର୍ଯ୍ୟ ଆଗାମୀ ଦିନରେ ସଂଗଠନକୁ ଦୃଢ଼ୀଭୂତ କରିବାରେ ସହାୟକ ହେଵ ଵୋଲି ଚର୍ଚ୍ଚା ହେଉଛି ।