କେନ୍ଦ୍ରାପଡ଼ା, ୦୯/୦୫/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମର ଏକ ମନ୍ଦିରରେ ରାତିରେ ପଶି ଚୋରି କରିଥିବା ସେହି ଗ୍ରାମର ଭ୍ରମରବର ନାୟକଙ୍କ ପୁଅ ଶୁଭାଶିଷ ନାୟକକୁ ସଦର ଥାନା ପୋଲିସ ଗିରଫ କରିବା ସହ ତା’ ନିକଟରୁ ଚୋରି ଯାଇଥିବା ସୁନା ଓ ରୂପାର ବିଭିନ୍ନ ଅଳଙ୍କାର ଜବତ କରିଛି ।
ଏହି ଘଟଣାର ତଦନ୍ତ ଜାରି ରହିଥିବା ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତିି । ଏଥିସହିତ ସଂପୃକ୍ତ ଚୋର ଶୁଭାଶିଷକୁ ସଦର ଥାନା ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇଦିଆଯାଇଛି ।
