ନିଶ୍ଚିନ୍ତକୋଇଲି,୨୫/୮/୨୦୨୪(ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ମିଶନଶକ୍ତି ପକ୍ଷରୁ ସିଆରପି, ଏମ ବି କେ, ପଞ୍ଚାୟତ ଓ ବ୍ଲକ ଫେଡେରେସନର କର୍ମକର୍ତ୍ତା ତଥା ଲକ୍ଷପତି ଦିଦିଙ୍କୁ ନେଇ ୨ଟି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶାରଦା ପ୍ରସାଦ ପ୍ରଧାନ ନିଶ୍ଚିନ୍ତକୋଇଲି ବ୍ଲକରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରୀଆରେ ଦେଶବ୍ୟାପୀ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କେବଳ ଲକ୍ଷପତି ଦିଦି ନୁହଁନ୍ତି , ପ୍ରତ୍ୟେକ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ବିଧାୟକ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ଅଧିକ ରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରାଯିବ ବୋଲି ସେ କହିଥିଲେ । ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକର ବିଡ଼ିଓ, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ , ନାରୀନେତ୍ରୀ ଯାଜ୍ଞସେନୀ ଜେନା, ଉଭୟ ବ୍ଲକର ମହିଳା ମିଶନଶକ୍ତି ଫେଡେରେସନର ସଭାପତି ଓ ସମ୍ପାଦିକା ମାନେ ଉକ୍ତ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ । ଶତାଧିକ ଲକ୍ଷପତି ଦିଦି ମାନଙ୍କୁ ବିଧାୟକଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧନା : ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଡିହେଲେ ମିଶନଶକ୍ତିର ମହିଳା
