କଟକ ସଦର,୨୨/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଯଶପଡା ପଞ୍ଚାୟତ ଓଡ଼ପଡ଼ା ଠାରେ ଥିବା ମାଳିକା ପ୍ରସିଦ୍ଧ ଗିରିକ୍ରୋଟ (ଗିରିଧାରୀ ମଠ) ପରିସରରେ ପ୍ରତିବର୍ଷ ପରି ପାରମ୍ପରିକ ଗିରି ଗୋବର୍ଦ୍ଧନ ପୂଜା ଆଜି ବୁଧବାର ଦିନ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ରାତି ପର୍ୟ୍ୟନ୍ତ ପୂଜା ଯଥାବିଧି ଅନୁଷ୍ଠିତ ହୋଇଥିଲା।
ଏଥିରେ ବହୁ ସାଧୁସନ୍ଥ ଙ୍କ ସମେତ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ପ୍ରମୁଖ ଯୋଗ ଦେଇ ଆଶିର୍ଵାଦ ଭିକ୍ଷା କରିବା ସହିତ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ସାମାଜିକ ସଂଗଠନ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ସଂଧ୍ୟା ଆଳତି ରେ ଘଣ୍ଟ ବଜାଇ ସଦରଵାସୀଙ୍କର ଶୁଭ କାମନା କରିଥିଲେ। ପରିଚାଳନା ରେ ଓଡ଼ପଡ଼ା ଓ ହୁଲିପୁର ଗ୍ରାମବାସୀଙ୍କ ସମେତ ସଭାପତି ରାକେଶ ମହାନ୍ତି,ଲୋକନାଥ ପୃଷ୍ଟି, ପ୍ରମୋଦ କୁମାର ମହାନ୍ତି,ରାଜନ ରାଉତ,ଵାଵା ମହେଶ୍ୱର ଦାସ ମହାରାଜ ପ୍ରମୁଖ ସହାୟତା କରିଥିଲେ।
