ଗରଦପୁର, ୦୯/୦୪/୨୦୨୫(ଓଡ଼ିଶା ସମାଚାର)- ନଡ଼ିଆବରାଇ ସରକାରୀ ଉଚ ବିଦ୍ୟାଳୟ ଲାଇବ୍ରେରୀ କକ୍ଷରେ ତ୍ରିଦିବସୀୟ କିଶୋରୀ ବାଳିକା ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିକାନ୍ତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋରୁଆ ମେଡ଼ିକାଲ ର ଏନଏଚଆରଏମ ଯୋଗ ପ୍ରଶିକ୍ଷକ ରଂଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଓ ଜିଲା ପତଂଜଳି ଯୋଗ ସଂସ୍ଥାନର ସଭାପତି ଦେବ କୁମାର ପାଣି ମୁଖ୍ୟ ବକ୍ତା ଭାବେ ଯୋଗଦେଇ କିଶୋରୀ ଛାତ୍ରୀ ମାନଙ୍କୁ ମୂଲ୍ୟବାନ ଉପଦେଶ ସହ ଯୋଗ ଦ୍ୱାରା କିପରି ସୁନ୍ଦର ଶାରୀରିକ ଗଠନ , ମାନସିକ ଶାନ୍ତି ଓ ଦୈନନ୍ଦିନ ଜୀବନରେ ଘଟୁଥିବା ଅସୁବିଧା ଦୂର କରିହେବ, ତାହାର କୌଶଳମାନ ଆଲୋଚନା କରିଥିଲେ ।
କିଶୋରୀ ବାଳିକା ଉପରେ କରାଯାଇଥିବା କୁଇଜ୍ ଓ ସେମିନାର ପ୍ରତିଯୋଗିତାରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗି ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ବିଜ୍ଞାନ ଶିକ୍ଷକ ଶଚିଦାନନ୍ଦ ମିଶ୍ର କିଶୋରୀ ବାଳିକା ଏହି ସମୟରେ କିପରି ନିଜ ସ୍ୱାସ୍ଥ୍ୟ ର ଯତ୍ନ ଇଂଟରନେଟ ଓ ମିଡ଼ିଆକୁ କିବରି ସଦଉପଯୋଗ ବ୍ୟବହାର କରିହେବ , ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ରେଶ୍ମିନ ପାଢ଼ୀ, ବିନୋଦିନୀ ମହାନ୍ତି, ଲକ୍ଷ୍ମିପ୍ରିୟା ସାହୁ , ଜ୍ୟୋତିରଂଜନ ଲେଙ୍କା, ଦିଲିପ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ । କ୍ରୀଡ଼ା ଶିକ୍ଷକ ବିପିନ ବିହାରୀ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
