ଜିଲାସ୍ତରୀୟ ଧାନକ୍ରୟ ମଣ୍ଡି ଶୁଭ ଉଦଘାଟନ

କେନ୍ଦ୍ରାପଡ଼ା, ୧୦/୦୧/୨୦୨୫ (ଓଡ଼ିଶା ସମାଚାର)- ଜମଧରସ୍ଥିତ ନିୟନ୍ତ୍ରିତ ବଜାର କମିଟିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଶୁକ୍ରବାର ଜିଲାସ୍ତରୀୟ ଧାନକ୍ରୟ ମଣ୍ଡିର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କେନ୍ଦ୍ରାପଡା ଲୋକସଭା ସାଂସଦଙ୍କ ପ୍ରତିନିଧି ତଥା ଜିଲା ବିଜେପି ସଭାପତି କିଶୋର ପଣ୍ଡା, ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ସମବାୟ ସମିତି ସମୁହର ବରିଷ୍ଠ ସହକାରୀ ନିବନ୍ଧକ ସନ୍ତୋଷ କୁମାର ଦାସ, ଜିଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସଚ୍ଚିିଦାନନ୍ଦ ଜେନା, ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ଓ କର୍ମକର୍ତାଙ୍କ ସମେତ ବିଭିନ୍ନ ଅଂଚଳରୁ ଚାଷୀମାନେ ଯୋଗଦେଇଥିଲେ । ସୂଚନା ଯୋଗ୍ୟ ଯେ ଜିଲାରେ ଆଜି ଠାରୁ ସମସ୍ତ ୧୨୩ ଗୋଟି ମଣ୍ଡିରେ ଧାନ କ୍ରୟ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *